ମାଲକାନଗିରି : ଓଡ଼ିଶା ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହୋଇଛି । ଏ ନେଇ ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଲକାନଗିରି ପୋଲିସ ପକ୍ଷରୁ ଅନେକ ସମୟରେ ସୀମା ଆନ୍ଧ୍ର ଓ ଛତିଶଗଡରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରାଯାଉଥିଲା । ତେବେ ଏହି ଅପରେସନ ସମୟରେ ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ମାଓ ସାମଗ୍ରୀ ମିଳିଛି । ଉକ୍ତ ସାମଗ୍ରୀଗୁଡିକ ମଧ୍ୟରେ ୫୦ରୁ ୬୦କିଲୋ ଓଜନର କଡେକ୍ସ ତାର, ବିସ୍ପୋରକ ସହିତ ୬ଟି ଟିଫିନ୍, ଦୁଇଟି ୱକିଟକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଛି । ବର୍ତ୍ତମାନ ମଧ୍ୟ ଅନେକ ମାଓ ଉପଦ୍ରବ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ଥିବା ସେ ପ୍ରକାଶ କରିଛନ୍ତି ।