
ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ କଳା ପଥର ଖାଦାନରେ ଗତକାଲି ବନବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଥିବା ଜଣାପଡିଛି । ବାରିପଦା ବନଖଣ୍ଡ ଅନ୍ତର୍ଗତ ପିଠାବଟା ବନାଞ୍ଚଳ ଅଧିନସ୍ଥ ଡିଗିଡିଗା ଫରେଷ୍ଟ ସେକସନ୍ ତଥା ବଡ଼ସାହି ଓ ଶ୍ୟାମାଖୁଣ୍ଟା ତହସିଲ ଅଧିନରେ ଚାଲିଥିବା ବେଆଇନ ପଥର ଖାଦାନ ଉପରେ ବନ ବିଭାଗ ଗତକାଲି ଅଚାନକ ଚଢ଼ାଉ କରିବା ସହିତ ବ୍ୟବହୃତ ସାମଗ୍ରୀ ଓ ପଥର ବୋଝେଇ ଟ୍ରାକ୍ଟର ଜବତ କରିଥିବା ସୂଚନା ମିଳିଛି ।