୫୫ ଲିଟର ମଦ ଜବତ, ୧ ଗିରଫ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଚକସରବଣୀ ଗାଁର ସୁରେନ୍ଦ୍ର ପାତ୍ରଙ୍କ ପୁଅ ଗୋପୀନାଥ ପାତ୍ର (୩୮) ଘରେ ପୋଲିସ ଚଢାଉ କରି ପୋଲିସ ୫୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ଗୋପୀନାଥଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଗୋପୀନାଥ ଦୀର୍ଘ ଦିନ ହେଲା ନିଜ ଘର ପାଖରେ ଚୋରା ଦେଶୀ ଓ ବିଦେଶୀ ମଦ ବେପାର ଚଳାଇ ଆସୁଥିଲେ । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ତାକୁ ଧରିବାରେ ପୁଲିସ ବାରମ୍ବାର ବିଫଳ ହୋଇଥିଲା । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଭୋଗରାଇ ଥାନା ଏଏସ୍‌ଆଇ ମୀନକେତନ ପ୍ରଧାନ ସଦଳବଳେ ତାଙ୍କ ଘର ଉପରେ ଅଚାନକ ଚଢ଼ାଉ କରିଥିଲେ । ସେଠାରୁ ୨୪ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀ ମଦ ଓ ୩୧ ଲିଟର ବିଦେଶୀ ମଦ ଜବତ କରିଥିଲେ । ଏନେଇ ଭୋଗରାଇ ଥାନାରେ ପୁଲିସ ଏକ ମାମଲା ରୁଜୁ କରି ଗୋପୀନାଥକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Leave A Reply

Your email address will not be published.