ଭାଲୁ ଚମଡା ଓ ନଖ ଜବତ : ୨ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ବନବିଭାଗ ଦେବ୍ରିଗଡ ଦେଚୂଆନ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ଦୁଇଟି ଜନ୍ତୁ ଶିକାର ମାମଲାର ପର୍ଦ୍ଦାଫାସ କରିଛି । ଗ୍ରାହକ ବେଶରେ ଯାଇ ବନ୍ୟଜନ୍ତୁଙ୍କ ଚମଡା ଓ ନଖ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଜଣ ଅଭିଯୁକ୍ତ ହେଲେ ଆଶିଷ ଭୁଏ ଓ ହିରାଧର ଭୁଏ । ସେମାନଙ୍କ ନିକଟରୁ ଗୋଟିଏ ଭାଲୁ ଚମଡା, ୧୮ଟି ନଖ ଓ ସମ୍ବର ସିଂଘ ଜବତ କରିଛି । ସେହିଭଳି ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଶିକାର ପାଇଁ ଯୋଜନା କରୁଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବନ ବିଭାଗ ତନାଘନା ଜାରି ରଖିଛି ।

Leave A Reply

Your email address will not be published.