oom

ଚୋରା ଚାଲାଣ ବେଳେ ୯୨ ବସ୍ତା ଧାନ ଜବତ

jsmm

ତୁଷୁରା, (କେପିିଏନ୍‌ଏସ୍‌) : ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ଚଢାଉ କରି ଯୋଗାଣ ବିଭାଗ ୯୨ ବସ୍ତା ଧାନ ଜବତ କରିଛି । ବୁଧବାର ବଲାଙ୍ଗିର ସଦର ଏସିଏସ୍‌ଓ ଶରତ ରାଉତଙ୍କ ନେତୃତ୍ୱରେ ଯୋଗାଣ ବିଭାଗର ସ୍କ୍ୱାର୍ଡ ତୁଷୁରା-ରୁଷୁଡା ରାସ୍ତାରେ ବେଆଇନ ଧାନ ଚାଲାଣ ଗାଡି ଯାଞ୍ଚ କରୁଥିଲେ । ଏହି ସମୟରେ ଟ୍ରାକ୍ଟର (ଓଡି ୦୩ ଏଲ୍‌ ୮୬୦୯୦)ରେ ତୁଷୁରା ପଟକୁ ଧାନ ଆସୁଥିବା ଦେଖି କାଗଜପତ୍ର ଦେଖାଇ ନପାରିବାରୁ ଉକ୍ତ ଧାନ ଗୁଡିକୁ ଜବତ କରିବା ସହ ଜବତ ୯୨ ପ୍ୟାକେଟ ଧାନକୁ ସ୍ଥାନୀୟ ସମଲେଶ୍ୱରୀ ଟ୍ରେଡର୍ସ ମିଲ୍‌ ଜିମାରେ ଦେଇଥିଲେ । ଏହି ସ୍କ୍ୱାର୍ଡ ମଙ୍ଗଳବାର ମଧ୍ୟ ଦେଓଗାଁ ଅଞ୍ଚଳରୁ ଗୋଟିଏ ବେଆଇନ ଧାନଗାଡି ଧରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.