om academy

ବନ୍ୟଜନ୍ତୁଙ୍କ ଚମଡା, ନଖ ଓ ଦାନ୍ତ ଜବତ କଲା ବନ ବିଭାଗ

jsm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ହଳନଭଟା ଗ୍ରାମ ଠାରୁ ଲାଠୋର ରେଞ୍ଜର ପ୍ରଭାତି ସେଠ ବନ୍ୟଜନ୍ତୁଙ୍କ ଛାଳ, ନଖ ଓ ଦାନ୍ତ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ଦିନ ଟିଟିଲାଗଡ ନିକଟ କୁମୁଡ଼ାର ଅଭିନାସ ଶବର ନାମକ ଏକ ଯୁବକ ବନ୍ୟଜନ୍ତୁଙ୍କ ଛାଳ, ନଖ ଓ ଦାନ୍ତ ବିକ୍ରୟ କରୁଥିବା ବେଳେ ଗ୍ରାମର କିଛି ଲୋକ ସନ୍ଦେହ କରି ଲାଠୋର ରେଞ୍ଜ ଅଧିକାରୀଙ୍କୁ ଜଣାଇ ଥିଲେ । ଅଧିକାରୀ ଓ ତାଙ୍କ ଦଳ ପହଞ୍ଚି ଉକ୍ତ ଯୁବକ ଓ ବିକ୍ରୟ କରୁଥିବା ସାମଗ୍ରୀକୁ ଜବତ କରି ଲାଠୋର ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି । ଜବତ ହୋଇଥିବା ଛାଲ, ନଖ, ଦାନ୍ତକୁ ପରୀକ୍ଷାଗାରକୁ ପଠାଇ ସେଠାରୁ ରିପୋର୍ଟ ଆସିଲେ ନକଲି ନା ଅସଲି ଜଣାପଡ଼ିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.