
ନୀଳଗିରି : ନୀଳଗିରି ରାଜସ୍ୱ ବିଭାଗ ଚଢ଼ାଉ କରି ଦୁଇ ପୃଥକ ସ୍ଥାନରୁ ପଥର ବୋଝେଇ ଡ଼ମ୍ଫର ଜବତ ହୋଇଥିବା ଜଣାପଡିଛି । ତହସିଲଦାର ଅଶେଷ କୁମାର ନାୟକ ଓ ଆରଆଇ ମିଥୁନ ସେଠୀ କଦମ୍ବସାହି ଓ ଷ୍ଟେସନସାହି ଅଞ୍ଚଳରେ ଚଢ଼ାଉ କରି ଦୁଇଟି ପଥର ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ । ପରେ ସଠିକ କାଗଜ ନପାଇବାରୁ ବେଆଇନ ଚାଲାଣ ଅଭିଯୋଗରେ ଗାଡି ଦୁଇଟି ଜବତ କରିଛନ୍ତି । ଗାଡି ଦୁଇଟିକୁ ଜୋରିମାନା ଧାର୍ଯ୍ୟ କରାଯିବ ବୋଲି ଜଣାପଡିଛି ।