oom

ପୌର ପରିଷଦ ରାସ୍ତା ଜବର ଦଖଲକୁ ନେଇ ଅସନ୍ତୋଷ : ଜବର ଦଖଲ ଉଚ୍ଛେଦ ଦାବୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର କଦମପଡା ସ୍ଥିତ ଶାନ୍ତିନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଥିବା ରାସ୍ତାକୁ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ନେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବର ଦଖଲ ଉଚ୍ଛେଦ କରିବା ନେଇ କଦମପଡା, ବିଷ୍ଣୁମୁଣ୍ଡା, ଖଲିଆପାଲି, କଂସାରୀପଡା(ଧୁବାପଡା) ଓ ନନ୍ଦିନୀନଗରର ବାସନ୍ଦାମାନେ ଆଜି ଏକ ବୈଠକରେ ମିଳିତ ହୋଇଥିଲେ । ସୂଚନା ଅନୁସାରେ ବଲାଙ୍ଗିର ସହରରୁ ଆଟଗାଁ ଯାଇଥିବା ରାସ୍ତାର କଦମପଡା ଠାରେ ଏକ ରାସ୍ତା ଶାନ୍ତିନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଛି । ଦୀର୍ଘ ବର୍ଷ ଧରି ଲୋକେ ଏହି ରାସ୍ତାକୁ ବ୍ୟବହାର କରି ଆସୁଥିଲେ । କିନ୍ତୁ ଇତି ମଧ୍ୟରେ ଏହି ରାସ୍ତାକୁ ପ୍ରକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ସେଠାରେ ଗୋଦାମ ଗୃହ ନିର୍ମାଣ କରଛନ୍ତି । କେବଳ ଏତିକି ନୁହେଁ ବନ୍ଧ ପାଶ୍ୱର୍ରେ ଏକ ମନ୍ଦିର ମଧ୍ୟ ରହିଛି । ରାସ୍ତା ଅବରୋଧ ହେବା ଯୋଗୁଁ ଲୋକେ ମନ୍ଦିରକୁ ମଧ୍ୟ ଯାଇ ପାରୁନାହାନ୍ତି । ଫଳରେ ଲୋକଙ୍କ ଧାର୍ମିକ ଭାବନା ଉପରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଦାବୀ କରିଥିଲେ । ଏହା ସହିତ ସୋମବାର ଦିନ ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ପ୍ରଦାନ କରାଯିବ ବୋଲି କହିଥିଲେ । ସାମ୍ପ୍ରତିକ ସମୟରେ ଜିଲ୍ଲା ପ୍ରଶାସନ ବେଆଇନ ଜବର ଦଖଲ ଉଚ୍ଛେଦ କରିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏଭଳି ପରିସ୍ଥିତିରେ ପ୍ରଶାସନ ଏହି ବେଆଇନ ଜବର ଦଖଲ ଉଚ୍ଛେଦ କରି ଜନସାଧାରଣଙ୍କୁ ନ୍ୟାୟ ଦେବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି । ଅନୁଷ୍ଠିତ ବୈଠକରେ ପୂର୍ବତନ କାଉନସିଲର ସତ୍ୟପୀର ପାତ୍ର, କାଉନସିଲର ପ୍ରତୀମା ଛତ୍ରିଆ, ନରସିଂହ ଦୀପ, କୁନା ବାଗ, ସୁଜିତ ଦୀପ, ମନୋଜ ଦୀପ, ଟଙ୍କଧର ବାଗ, ବିଧାନ ଚନ୍ଦ୍ର ନାଏକ, ମନୋଜ ନାଏକ, ସଚିତା ଦୀପ, ଅନିଲ ସୁନା, ବିକାଶ ସୁନା, ପ୍ରଦୀପ ପ୍ରଦାନ, ତୃପ୍ତି ପ୍ରଧାନ, ଗୋକୁଳ ଦୀପ, କରନ ଭାରତୀ, ବବୁଲୁ ମହାନନ୍ଦ, ଦାମ ସେଠ, ଶ୍ରୀକର ସେଠ ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.