ତୋରା ଠାରେ ଜବର ଦଖଲ ଉଚ୍ଛେଦ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ – ଭେଡେନ ବିଜୁ ଏକ୍ସପ୍ରେସ ରାସ୍ତା ସଂପୂର୍ଣ୍ଣକରଣ ସକାଶେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ତୋରାଛକଠାରେ ଜବର ଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବରଗଡ଼ ତହସିଲଦାର ଏବଂ ପୋଲିସ ଫୋର୍ସ ଉପସ୍ଥିତରେ ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଭେଡେନ ବ୍ଲକ ମହକୁମାରୁ ବରଗଡ଼ ମୁଖ୍ୟ ରାସ୍ତା ଘରୋଇ ବସଷ୍ଟାଣ୍ଡ ନିକଟରେ ସଂଯୋଗ କରୁଥିବା ଏହି ୨୬ କିଲୋମିଟର ରାସ୍ତାର ୬ କିମି ଜବର ଦଖଲ ଓ ବିଦ୍ୟୁତ ବିଭାଗର କାର୍ଯ୍ୟ ପାଇଁ ନିର୍ମାଣ ହୋଇପାରୁନଥିଲା । ପ୍ରଥମ ପର୍ଯ୍ୟାୟରେ ସହର ପଟୁ ଉଚ୍ଛେଦ କରାଯିବା ପରେ ଆଜି ତୋରା ସୂତାମିଲ ଛକଠାରେ ଉଚ୍ଛେଦ କରାଯାଇଥିଲା ।

Leave A Reply

Your email address will not be published.