ଘରୋଇ ଆଇ.ଟି.ଆଇ. ସ୍ପିଟିଆର ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଘରୋଇ ଆଇ.ଟି.ଆଇ. ସଙ୍ଘ ସ୍ପିଟିଆର ନିର୍ବାଚନ ହୋଇଯାଇଛି । ଏହି ନିର୍ବାଚନରେ ପୁଣି ଥରେ ସଭାପତି ଭାବରେ ମନୋନୀତ ହେଲେ ଡ଼. ଅରୁଣ ନାୟକ, ସାଧାରଣ ସମ୍ପାଦକ ଭାବରେ ଇଂ. ମିଳନ ମହାପାତ୍ର, ଉପ ସଭାପତି ଭାବରେ ତ୍ରିଲୋଚନ ରାୟ, ଦିଲୀପ ମନଭୋଇ, କୋଷାଧକ୍ଷ ଭାବରେ ଅତିଶ କୁମାର ରାଉତ, ସହ ସମ୍ପାଦକ ଭାବରେ ସ୍ୱାଧୀନ କୁମାର ନାୟକ, ପ୍ରଭାତ କୁମାର ସାହୁ, ବିକ୍ରମ ସେନ ବେହେରା ଓ ବିଶ୍ୱଜିତ ବେହେରା । ଏହି ଅବସରରେ ସ୍ପିଟିଆ ପକ୍ଷରୁ ଏକ ଶପଥ ସମାରୋହ କାର୍ଯ୍ୟକ୍ରମ ହୋଇଯାଇଛି । ସମସ୍ତ ନବ ନିର୍ବାଚିତ ସଦସ୍ୟ ଶପଥ ଗ୍ରହଣ କରିଥିଲେ । ସୁଶୀଲ ଧଳ, ଜୟନ୍ତ ବିଶ୍ୱାଳ, ରଜନୀ କାନ୍ତ ପାତ୍ର ନିର୍ବାଚନ ଅଧିକାରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ନୂଆଁ ସଂକଳ୍ପରେ ବିଶେଷ କରି ସଭ୍ୟମାନଙ୍କର ବିଭିନ୍ନ ଅସୁବିଧା ସୁବିଧା ପ୍ରତି ଧ୍ୟାନ ଦେବାକୁ ପ୍ରତି ବନ୍ଧ । ଘରୋଇ ଆଇ.ଟି.ଆଇ ସଂସ୍ଥାମାନଙ୍କର ଆର୍ଥିକ ସୁଧାର ପାଇଁ ପଦକ୍ଷେପ ଓ କିଛି ଗଠନ ମୂଳକ ଓ ଉନ୍ନତି ମୂଳକ ପଦକ୍ଷେପ ନେବା ପାଇଁ ନିର୍ବାଚିତ କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି । ସବୁଠୁ ପ୍ରାଧନ୍ୟ ଦେଇ ସରକାରଙ୍କ ସହ ମଧୁର ସମ୍ପର୍କ ରଖି ଘରୋଇ ଆଇ.ଟି.ଆଇ ସଂସ୍ଥାର ଉନ୍ନତି କରିବା କ୍ଷେତ୍ରରେ ଧ୍ୟାନ ଦିଆଯିବ । ଏହି ଅବସରରେ ବରିଷ୍ଟ ସଦସ୍ୟ ତାରା ପ୍ରସନ୍ନ ଶତପଥୀ, ବିଭୁତି ତ୍ରିପାଠୀ, ଗଣେଶ ବିଶ୍ୱାଳ, ପ୍ରମୋଦ କୁମାର ସାହୁ, ବୀରେନ୍ଦ୍ର କୁମାର ପାଢ଼ୀ, ରୁପେଶ ଗିରି, ପ୍ରଦୀପ୍ତ କୁମାର ମିଶ୍ର, ବିଶ୍ୱଜିତ ପଣ୍ଡା, ଗୌତମ ମିଶ୍ର, ଆଲୋକ ରଞ୍ଜନ ପତିଙ୍କ ସମେତ ଶତାଧିକ ଘରୋଇ ଆଇ.ଟି.ଆଇମାନଙ୍କର ସଦସ୍ୟ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିବା ବେଲେ ଆଗାମୀ ଦିନରେ କୌଣସି ଘରୋଇ ଆଇ.ଟି.ଆଇରେ କୌଣସି ପ୍ରକାର ଅସୁବିଧାରେ ସମ୍ମୁଖୀନ ନହେବେ ସେ ପ୍ରତି ଗୁରୁତର ସହିତ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଏହି ଶପଥ ଗ୍ରହଣ ପର୍ବରେ ସୂଚନା ଦେଇଥିଲେ ସଭାପତି ଡ଼. ନାୟକ ।

jittmm
Leave A Reply

Your email address will not be published.