ଇସ୍ପାତ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ଓ ବ୍ୟଙ୍ଗ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ପାଳନ ଅବସରରେ ସେକ୍ଟର -୭ ସ୍ଥିତ ସଂସଦ ଭବନରେ ଆଲୋଚନା ଚକ୍ର ଏବଂ ବ୍ୟଙ୍ଗ କବି ଫତୁରା ନନ୍ଦଙ୍କ ସ୍ମୃତିରେ ଏକ ମନୋଜ୍ଞ ବ୍ୟଙ୍ଗ କବିତା ଆସର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ଏବଂ କର୍ମକର୍ତ୍ତାମାନେ ଫତୁରା ନନ୍ଦଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରିଥିବା ବେଳେ ପଣ୍ଡିତ ନିଶିକାନ୍ତ ମିଶ୍ର ବେଦମନ୍ତ୍ର ଉଚ୍ଚାରଣ କରିଥିଲେ । ସଂସଦର ପୁରାତନ ସଦସ୍ୟ ଅନୀଲ ଦାଶଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଗୁରୁତର ଅସୁସ୍ଥ ବରିଷ୍ଠ ସଦସ୍ୟ ଜଳଧର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାସନ୍ତୀ ପାଠାଗାରର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ଯୋଗଦେଇ ବ୍ୟଙ୍ଗ ସାହିତ୍ୟର ଉପାଦେୟତା ଏବଂ ସମାଜ ସୁଧାର ପାଇଁ ଏହାର ଆବଶ୍ୟକତା ଉପରେ ଆଲୋକପାତ କରି ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ – ସଂସ୍କୃତି ପ୍ରତି ପ୍ରତିବଦ୍ଧତାର ଭୂୟସୀ ପ୍ରଶଂସା କରିଥିଲେ । ସଂସଦର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ହରମୋହନ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଇସ୍ପାତ ସାହିତ୍ୟ ସଂସଦ ପ୍ରତିଷ୍ଠାର ଇତିହାସ ଓ କ୍ରମବିକାଶ ସଂପର୍କରେ ଆଲୋକପାତ କରି ନିଜର ସ୍ମୃତି ଚାରଣ କରିଥିଲେ । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସହ ସାଧାରଣ ସମ୍ପାଦକ ଗୌତମ ଦାସ ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟା କିଶୋରୀ ଦାଶ ଗଙ୍ଗାଧର ମେହେର କଲେଜରେ ଉଚ୍ଚତର ଗବେଷଣା ପାଇଁ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଇ ନିଜର ମହାନୁଭବତା ପ୍ରଦର୍ଶନ କରିଥିବାରୁ ସଂସଦ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ବ୍ୟଙ୍ଗ କବିତା ଆସରରେ ବ୍ୟଙ୍ଗ କବି ବ୍ରଜ ବିହାରୀ ଦାଶଙ୍କ ଅଧ୍ୟକ୍ଷତାରେ, ଉର୍ବଶୀ ଦାଶ ଏବଂ ଅଜୟ କୁମାର ମହାନ୍ତିଙ୍କ ସଂଯୋଜନାରେ ଚିତ୍ତରଞ୍ଜନ ବ୍ରହ୍ମା, ସତ୍ୟବ୍ରତ ଦାସ, ଡଲିରାଣୀ ବ୍ରହ୍ମା, ନିଶିକାନ୍ତ ମିଶ୍ର, ଉର୍ବଶୀ ଦାଶ, ଉପେନ୍ଦ୍ର ବସ୍ତିଆ, ସୁକାନ୍ତି ନାୟକ, ନୃସିଂହ ଚରଣ ବିଶ୍ୱାଳ, ସୁବାସ ମହାପାତ୍ର, ପୁଲିନ ରାଉତରାୟ, ସାଗର ମହାନ୍ତି, ସୁନୀତା ସାହୁ, ଗୌତମ ଦାସ, ହରମୋହନ ମିଶ୍ର, ବ୍ରଜବିହାରୀ ଦାଶ ଏବଂ ଅଜୟ ମହାନ୍ତି ପ୍ରମୁଖ ବ୍ୟଙ୍ଗ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭୂ ନାୟକ, କୁଞ୍ଜବିହାରୀ ରାଉତ, ଗୀତା ରାଣୀ ବେହେରା, ଜ୍ଞାନେନ୍ଦ୍ର ସାହୁ, ଅର୍ଚ୍ଚନା ପାତ୍ର, ସଞ୍ଜୀବ ଭୋଇ, ସୁସ୍ମିତା ପ୍ରଧାନ, ମୀନକେତନ ପଶାୟତ, କନକଲତା ମିଶ୍ର, ଲକ୍ଷ୍ମଣ ଦାସ ଏବଂ ଈଶ୍ୱର ନାୟକଙ୍କ ସମେତ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଶେଷରେ କୋଷାଧ୍ୟକ୍ଷ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.