ls

ପ୍ରତୀକ୍ଷାର ଅନ୍ତ ଘଟିଲା : ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ

sb

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : କଣ୍ଟାବାଞ୍ଜି ଅଞ୍ଚଳବାସୀଙ୍କ ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଇସ୍ପାତ ଏକ୍ସପ୍ରେସକୁ ଟିଟିଲାଗଡରୁ କଣ୍ଟାବାଞ୍ଜିକୁ ସଂପ୍ରସାରଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଆସନ୍ତା ୯ ତାରିଖରୁ ଏହା ଟିଟିଲାଗଡରୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଚାଲିବ । ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆସନ୍ତା ୧୨ ତାରିଖ ସାଂସଦ ସଙ୍ଗିତା କୁମାରି ସିଂ ଦେଓ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଏହି ଟ୍ରେନ ସଂପ୍ରସାରଣକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ ଦଳ ଏବଂ ସଂଗଠନମାନଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲା । ତେବେ ବଜେଟ ଘୋଷଣା ବେଳେ ଏହି ସଂପ୍ରସାରଣ ସ୍ପଷ୍ଟ ହୋଇଛି ।

pc pk
Leave A Reply

Your email address will not be published.