ଇସ୍କନ ତରଫରୁ ବିକ୍ଷୋଭ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଂଲାଦେଶରେ ଦୁର୍ଗା ପୂଜା ମଣ୍ଡପ, ଅନେକ ମନ୍ଦିର ତଥା ଇସ୍କନ ମନ୍ଦିର ଉପରେ ଜିହାଦୀ ମାନଙ୍କର ଆକ୍ରମଣ ଏବଂ ଇସ୍କନ ପୂଜକ ଓ ଅନ୍ୟାନ୍ୟ ଭକ୍ତ ମାନଙ୍କ ହତ୍ୟା ପ୍ରତିବାଦରେ ଆଜି ଇସ୍କନ ତରଫରୁ ସାରା ବିଶ୍ଵରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ବେଳେ ବଲାଙ୍ଗିରରେ ମଧ୍ୟ କରାଯାଇଥିଲା । ଏହି କ୍ରମରେ ଆଜି ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ବଲାଙ୍ଗିର ସୁଦପଡା ସ୍ଥିତ ଇସ୍କନ ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା । ଏଥିରେ ସମସ୍ତ ପ୍ରକାର ଧାର୍ମିକ ତଥା ହିନ୍ଦୁ ସଂଗଠନ ସାମିଲ୍ ହୋଇଥିବା ବେଳେ ଏହାକୁ ସମର୍ଥନ କରି ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଉକ୍ତ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।

Leave A Reply

Your email address will not be published.