ଆଇପିୟୁର ନିର୍ବାହୀ କମିଟିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତଃ ସଂସଦ ସଂଗଠନ (ଆଇପିୟୁ)ର ନିର୍ବାହୀ କମିଟିରେ ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭାରତ ତରଫରୁ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି ବୋଲି ଜଣାପଡିଛି । ଏହି କମିଟିରେ ମୋଟ ୧୭୮ଟି ପାର୍ଲାମେଣ୍ଟ ଅନ୍ତର୍ଭୁକ୍ତ ଥିବା ବେଳେ ବିଭିନ୍ନ ରାଷ୍ଟ୍ରର ୧୫୭ ଜଣ ସଦସ୍ୟକୁ ନେଇ ଏକ୍‌ଜ୍ୟୁକେଟିଭ୍‌ କମିଟି ଗଠିତ ହୋଇଥିବା କୁହାଯାଏ । ଆମ ଦେଶ ୧୯୪୯ ମସିହାରୁ ଏହାର ସଦସ୍ୟ ଭାବେ ରହିଆସିଅଛି । ଆଗାମୀ ଅକ୍ଟୋବର ୨୦୨୨ରେ ହେବାକୁ ଥିବା ଏହି ନିର୍ବାଚନରେ ୧୫ଟି ସିଟ ମଧ୍ୟରୁ କେବଳ ଗୋଟିଏ ସିଟ ପାଇଁ ହେବ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କୁ ସମର୍ଥନ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ (ମିନିଷ୍ଟ୍ରି ଅଫ୍‌ ଏକ୍‌ଷ୍ଟ୍ରନାଲ ଅଫେୟାରସ୍‌) ସମସ୍ତ ରାଷ୍ଟ୍ର ସହ କଥା ହେଉଛନ୍ତି । ଏହା ଅତ୍ୟନ୍ତ ସମ୍ମାନଜନକ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ଦାୟିତ୍ୱ ଅଟେ । ଏହି ଅବସରରେ ସାଂସଦ ମହୋଦୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପିକର ଓମ୍‌ ବିର୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.