ପାରାଦୀପରେ ପହଞ୍ଚିଲା ଆଇଓସିଏଲ୍‌ ପାରାଦୀପ ରିଫାଇନାରୀର ସୁପର କ୍ରିଟିକାଲ ଓଡିସିି

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଏଲ୍‌ଆଣ୍ଡଟି ମୋଡୁଲାର ଫାବ୍ରିକେସନ ଫାସିଲିଟି ଦ୍ୱାରା ନିର୍ମିତ ସୁପର କ୍ରିଟିକାଲ୍‌ ଓଭର ଡିମେନ୍‌ସନ୍‌ କନସାଇନ୍‌ମେଣ୍ଟ (ଓଡିସି) ଜାନୁଆରୀ ୨୮, ୨୦୨୧ରେ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଆସି ପହଞ୍ଚିଛି । ଏହି କନ୍‌ସାଇନ୍‌ମେଣ୍ଟ ୧୯ ଜାନୁଆରୀ ଆଦାନୀ ବନ୍ଦରରୁ ବାହାରିଥିଲା ଏବଂ ୪ ଜାନୁଆରୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଇଣ୍ଡିଆନ୍‌ ଅଏଲ ଅଧ୍ୟକ୍ଷ ଏସ୍‌.ଏମ୍‌.ବୈଦ୍ୟ, ଏଲ୍‌ଆଣ୍ଡଟି ସିଇଓ ଏସ୍‌.ଏନ୍‌. ସୁବ୍ରମନ୍ୟମ୍‌, ପାରାଦ୍ୱୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟିଡିଭିଏସ୍‌ ଗୋପାଳ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ସୁପର କ୍ରିଟିକାଲ ଓଡିସିର ପରିବହନ ଓଜନ ୩,୫୨୨ ଏମ୍‌ଟି ଏବଂ ଏଥିସହ ଇଓରିଆକ୍ଟର ରହିଛି । ଏହାର ଲମ୍ବ ୯୬ ମିଟର ଏବଂ ଓଜନ ୧ ହଜାର ୭୫ ମିଟର ରହିଛି ଓ ଏହା ପ୍ରକଳ୍ପ ପାଇଁ ଦୀର୍ଘତମ ଉପକରଣ । ଆସନ୍ତା ଦୁଇମାସ ମଧ୍ୟରେ ସିଙ୍ଗାପୁରରୁ ୨ହଜାର ଏମ୍‌ଟି ମାମୁଟ କ୍ରେନ୍‌ ସହିତ ଏହି ୩ଟି ଯନ୍ତ୍ର ନିର୍ମାଣ କରାଯିବ । ଏମ୍‌ଇଜି ପ୍ରକଳ୍ପ ଅଗ୍ରଗତି ପାଇଁ ଓଡିସି ଏକ ପ୍ରମୁଖ ମାଇଲଖୁଣ୍ଟ । ଆତ୍ମନିର୍ଭର ଭାରତର ଆତ୍ମା ସହିତ ଏମ୍‌ଇଜି ପ୍ରକଳ୍ପ ପାରାଦୀପକୁ ପେଟ୍ରୋଲିୟମ୍‌ ବୟନଶିଳ୍ପ ଏବଂ ପେଟ୍ରୋକେମିକାଲ୍‌ ଭିତ୍ତିକ ଶିଳ୍ପର ହବ୍‌ ଭାବରେ ପ୍ରତିଷ୍ଠା କରିବା ଏବଂ ଓଡିଶାର ବିକାଶ ପାଇଁ ସୁଯୋଗ ଖୋଲିବାରେ ଏକ ଶକ୍ତି ଭାବରେ କାର୍ଯ୍ୟ କରିବ ବୋଲି, ଆଇଓସିଏଲ ପାରାଦୀପ ରିଫାଇନେରୀ ପକ୍ଷରୁ ଏକ ପ୍ରେସ୍‌‌ ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.