ବଲାଙ୍ଗିର ଇନ୍ଦ୍ରପ୍ରସ୍ଥ ହୋଟେଲରେ ବର୍ବର ହତ୍ୟାକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରେଳ ଷ୍ଟେସନନ ରାସ୍ତା ଇନ୍ଦ୍ରପ୍ରସ୍ଥ ହୋଟେଲରେ ହତ୍ୟାକାଣ୍ଡ । ୨୧୨ ନମ୍ବର ରୁମ୍‌ରେ ଘଟିଛି ଏଭଳି ଏକ ବର୍ବର ହତ୍ୟାକାଣ୍ଡ । ବିରେନ୍ ସିଂ ନାମକ ଜଣେ ବ୍ୟକ୍ତିକୁ କରାଯାଇଛି ହତ୍ୟା । ୨୧୨ ନମ୍ବର ରୁମ୍‌ର ବାଥ୍ ରୁମ୍‌ରେ ପଡିଛି ମୃତଦେହ । ହତ୍ୟାକାଣ୍ଡ ଘଟାଇ ତାଙ୍କ ସହ ଥିବା ବ୍ୟକ୍ତି ଫେରାର୍‌ ହୋଇଯାଇଥିବା କୁହାଯାଉଛି । ଗତକାଲି ହୋଟେଲକୁ ଆସି ରହିଥିଲେ ବିରେନ୍‌ ହତ୍ୟାକାରୀ ବ୍ୟକ୍ତିଙ୍କ ତଥ୍ୟ ହୋଟେଲ ରେଜିଷ୍ଟରରେ ନଥିବା ସୂଚନା ମିଳିଛି । ହୋଟେଲରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଛି ବଲାଙ୍ଗିର ଟାଉନ୍ ଥାନା ପୋଲିସ । ସାଇଣ୍ଟିଫିକ୍ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.