
ବଲାଙ୍ଗିର, (କେପିଏନ୍ଏସ୍) : ମାତ୍ର ୧୯ ସେକେଣ୍ଡରେ ୫୧ଟି ଓଡିଶୀ ମୁଦ୍ରା ପ୍ରଦର୍ଶନ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ମାଟିର ଝିଅ ଶୁଭଦର୍ଶିନୀ ମିଶ୍ର । ଏଥିପାଇଁ ସାରା ବଲାଙ୍ଗିର ଜିଲ୍ଲା ରାଜ୍ୟରେ ତଥା ରାଜ୍ୟ ବାହାରେ ଗର୍ବିତ ହୋଇଥିବା ବେଳେ ଶୁଭଦର୍ଶିନୀଙ୍କୁ ମଧ୍ୟ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି ।