
- ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କ ସଫଳତା
ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ନର୍ଥ ଇଣ୍ଡିଆ କରାଟେ ଚମ୍ପିୟାନସିପରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ଛାତ୍ରଙ୍କୁ ସଫଳତା ମିଳିଛି । ସ୍କୁଲର ୪ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇ ୨ଟି ସ୍ଵର୍ଣ୍ଣ ସମେତ ୭ ପଦକ ହାସଲ କରିଛନ୍ତି । ସୂଚନା ଅନୁଯାୟୀ, ନର୍ଥ ଇଣ୍ଡିଆ କରାଟେ ଏସୋସିଏସନ୍ ପକ୍ଷରୁ ଉତ୍ତରପ୍ରଦେଶ ଗାଜିଆବାଦ ଜିବି ନଗର ସ୍ଥିତ ଈଶ୍ୱର ଚାନ୍ଦ ଇଣ୍ଟର କଲେଜ୍ କ୍ୟାମ୍ପସରେ ଚଳିତ ମାସ ୨୩ ଓ ୨୪ରେ କରାଟେ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ଏଥିରେ ୫ରୁ ୧୫ ବର୍ଷର ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସାରା ଦେଶରୁ ୩୪୫ ଜଣଙ୍କ ମଧ୍ୟରୁ ଏହି ସ୍କୁଲରୁ ୪ ଜଣ ଛାତ୍ର ଅଂଶ ଗ୍ରହଣ କରିଥିଲେ । କରାଟେ କୋଚ୍ ଅଲେଖ ଛତରଙ୍କ ତତ୍ତ୍ଵାବଧାନରେ ଅର୍ମାନ୍ ବାରିକ (ଷଷ୍ଠ), ଆରୋନ ଈଶ୍ୱର ପାଣି(ଚତୁର୍ଥ), ଆୟୁଷ୍ମାନ ବାରିକ(ତୃତୀୟ) ଓ ଅପ୍ରତା ଯୋଏଲ୍ (ଚତୁର୍ଥ) ଛାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଅର୍ମାନ ୧୨ବର୍ଷ ବର୍ଗରେ ସ୍ଵର୍ଣ୍ଣ (କାଟା), ରୌପ୍ୟ ( କୁମିତେରେ), ଆରୋନ ୯ ବର୍ଷ ବର୍ଗରେ ସ୍ଵର୍ଣ୍ଣ (କୁମିତେରେ) ଓ ବ୍ରୋଞ୍ଜ (କାଟା), ଅପ୍ରତା (କାଟା ଓ କୁମିତେରେ)ରେ ବ୍ରୋଞ୍ଜ ଓ ଆୟୁଷ୍ମାନ ବ୍ରୋଞ୍ଜ (କାଟା) ପଦକ ହାସଲ କରି ସ୍କୁଲ ସମେତ ବ୍ଲକ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏନେଇ ବେଥାନୀ କନଭେଣ୍ଟ ସ୍କୁଲ ପ୍ରିନ୍ସିପାଲ ସିଷ୍ଟର ମଞ୍ଜୁଳାଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କୋଚ୍ଙ୍କ ସମେତ ୪ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହ ଅଭିଭାବକ ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି ।