ଆଇସିଏସଇ ବୋର୍ଡ ପରୀକ୍ଷା : ମେ’ ୫ରୁ ଦଶମ ଏବଂ ଏପ୍ରିଲ ୮ରୁ ଦ୍ୱାଦଶ

ଭୁବନେଶ୍ୱର : ଆଇସିଏସଇ କାଉନସିଲ୍ ପକ୍ଷରୁ ଆସନ୍ତା ମେ’ ୫ତାରିଖରୁ ଆଇସିଏସଇ ପରୀକ୍ଷା ଓ ଏପ୍ରିଲ ୮ତାରିଖରୁ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କାର୍ୟ୍ୟସୂଚୀ ଜାରି ହୋଇଛି । ତେବେ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ମେ’ ୫ରୁ ଆରମ୍ଭ ହୋଇ ଜୁନ୍ ୭ତାରିଖ ପର୍ୟ୍ୟନ୍ତ ଚାଲିବ । ସେହିପରି ଆଇସିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୮ରୁ ଜୁନ୍ ୧୬ତାରିଖ ପର୍ୟ୍ୟନ୍ତ ଚାଲିବ । ଦଶମ ପରୀକ୍ଷା ସକାଳ ୯ଟା ଓ ୧୧ଟାରେ ହେବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଉଭୟ ସକାଳ ୯ଟା ଓ ଅପରାହ୍ନ ୨ଟାରେ ହେବ ବୋଲି ଜଣାପଡ଼ିଛି । କୋଭିଡ୍ ଗାଇଡଲାଇନ୍ ପାଳନ କରି ସ୍କୁଲଗୁଡ଼ିକ ଏହି ପରୀକ୍ଷା କରାଇବେ । ସୂଚନା ଯୋଗ୍ୟ ଯେ, ଗତବର୍ଷ କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷାଗୁଡ଼ିକୁ ରଦ୍ଦ କରିଦିଆଯାଇଥିଲା । ଇଣ୍ଟରନାଲ ପରୀକ୍ଷା ଆଧାରରେ ମୁଖ୍ୟ ପରୀକ୍ଷାର ଫଳାଫଳ ମୂଲ୍ୟାୟନ କରାଯାଇଥିଲା ।

Leave A Reply

Your email address will not be published.