ହୁସିଆର୍‌ : ମଝା ଦାଁଡେ଼ ଖଦିଆ ଖୁଚି କରୋନା ଜୁଗିଛେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶ୍‌ ଥି ଯେନ୍‌ତା, ରାଏଜ୍‌ ଥି ବି ହେନ୍‌ତା, ମଝା ଦାଁଡେ଼ ଖଦିଆ ଖୁଚି କରୋନା ଜୁଗିଛେ । ହୁସିଆର୍‌ ନେଇଁ ହେଲେ ଯାହାକେ ପାର୍‌ଲେ ତାହାକେ ଟାମ୍‌ଡ଼ି ଦେବା । ବଡ଼ା ଅସ୍‌ଗୁନିଆଁ କରୋନା ଇ’ଘଡ଼ି ତାର୍‌ ଦୁସ୍‌ରା ଲହର୍‌ ଥି ବୋବାଲ୍‌ କରୁଥିବାର ନଜର୍‌ କେ ଆସୁଛେ । ସରକାରୀ ରିପୋର୍ଟ ଅନ୍‌ସାରେ ଆଏଜ୍‌ ଗୁଟେ ଦିନେ ବଲାଙ୍ଗିର ଜିଲ୍ଲା ଥି ୩୨୨ ଜନ୍‌ ସଂକ୍ରମିତ ହେଇଛନ୍‌ କରୋନା ଥି । ଇନ୍‌ତା ସମିଆଁ ଥି ଲୋକ୍‌ କରୋନା ସଂକ୍ରମଣ କେ ଥେବାବାର୍‌ ଲାଗି ସାବ୍‌ଧାନ୍‌ ହେବାର୍‌ ଦର୍‌କାର୍‌ । ନିହାତି ଦର୍‌କାର୍‌ ନେଇଁ ହେଲେ କିହେ ଘରୁ ନେଇଁ ବାହାରୁନ୍‌ । ଯେତେବେଲେ ବି ଭଁଟା କେ ବାହାରୁଛନ୍‌, ମୁହେଁ ମାସ୍କ ଲଗଉନ୍‌ । ସାନିଟାଇଜର୍‌ ବେଭାର୍‌ କରୁନ୍‌ । ଲୋକ୍‌ ଭିଡ୍‌ଭାଡ଼୍‌ ଠାନ୍‌କେ ନେଇଁ ଯଉନ୍‌ । ସବୁବେଲେ ସଫା ସୁତ୍‌ରା ରହୁନ୍‌ । ଜିଲ୍ଲା ପ୍ରଶାସନ୍‌ ସବୁବେଲେ ତାଗିଦ୍‌ କରୁଛେ, କରୋନା ସଂକ୍ରମଣ କେ ଛେଁକ୍‌ବାର୍‌ ଲାଗି ସଭେ ସହଯୋଗ୍‌ କରୁନ୍‌ । ସରକାରୀ ଗାଇଡ଼୍‌ ଲାଇନ୍‌ ମାନିକରି ଚଲୁନ୍‌ । ଗୁର୍‌ଦୁ ଠାନେ ଦେଖ୍‌ବାର୍‌ କେ ମିଲୁଛେ, ପୁଲିସ୍‌ କେ ଡରି କରି ଫାଇନ୍‌ ଦେବାକେ ନେଇଁ ପଡ଼୍‌ବା ବଲି ଲୋକ୍‌ ମାସ୍କ ପିନ୍ଧୁଛନ୍‌ । ମାତର୍‌କ’ ନିଜେ ନିଜ୍‌କେ ବଁଚାବାର୍‌ ଲାଗି ମାସ୍କ ପିନ୍ଧୁନ୍‌, କରୋନା ଗାଇଡ୍‌ ଲାଇନ୍‌ ମାନୁନ୍‌ । ନିଜେ ବାଁଚି କରି ମୁନୁଷ୍‌ ଜାଏତ୍‌ କେ ବଁଚାବାର୍‌ ଲାଗି ସହଯୋଗ୍‌ କରୁନ୍‌ ।

Leave A Reply

Your email address will not be published.