ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ବାହାରିଲା ୪୪ ହଜାର ୧୧୦ ଟଙ୍କା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୪୪ ହଜାର ୧୧୦ ଟଙ୍କା ବାହାରି ଥିବା ଜଣାପଡିଛି । ଦେବୋତ୍ତର ବିଭାଗର ତହସିଲଦାର ରଞ୍ଜନ କୁମାର ମାନସେଠଙ୍କ ତତ୍ତ୍ୱାବଧାନରେ ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ, ରାଜସ୍ୱ ନିରୀକ୍ଷକ ଗୌରୀ ଶଙ୍କର କଣ୍ଡାଗରୀ, ସମ୍ପାଦକ ଶ୍ରୀନିବାସ ଚୌଧୁରୀ (ଗଙ୍ଗା) ସରପଞ୍ଚ ଗୌତମ ବାର୍ଲି, ସୂର୍ଯ୍ୟ ପ୍ରକାଶ ରାଓ, ପୁଲିସ ଏଏସ୍‌ଆଇ ଦିଲ୍ଲୀପ ମାଝୀ, ଗୁଡୁଲ୍ଲା ପ୍ରକାଶ ରାଓ, ଚିନ୍ତାଡ଼ି ନାଗେଶ୍ୱର ରାଓ, ପ୍ରଶାନ୍ତ କୌଶଲ୍ୟା, ଗୋପାଳଚେଟି ରମେଶ, ଗୁଡୁଲ୍ଲା ସୁବାସ, ପାଲକୁଣ୍ଡା ରାମୁଲୁ, ଶାଙ୍କା ଜଗନ୍ନାଥ, ଚନ୍ଦ୍ର କାଶୀ, ସେବାୟତ ପ୍ରମୁଖ ଉପସ୍ଥିତିରେ ହୁଣ୍ଡି ଖୋଲାଯାଇଥିଲା । ସେଥିରୁ ୪୪ ହଜାର ୧୧୦ ବାହାରିଥିଲା । ସେଥିରେ ଗୋଟିଏ ବିଦେଶୀ ମୁଦ୍ରା ମଧ୍ୟ ବାହାରିଥିଲା । ଉକ୍ତ ଟଙ୍କାକୁ ବ୍ୟାଙ୍କ ଜମା ଖାତାରେ ରଖାଯିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.