ସତୀଭଟା ଦେଓଳି ଉଚ୍ଚ ବିଦ୍ୟାଳୟଠାରେ ବିଶ୍ଵ ହୃତପିଣ୍ଡ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପୁରେନା ଦ୍ୱାରା ପଦ୍ମପୁର ବ୍ଲକ ଦେଓଳି ଉଚ୍ଚ ବିଦ୍ୟାଳୟ ସତୀଭଟାଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦୀପକ କୁମାର ସାହୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ହୃତପିଣ୍ଡ ଜନିତ ରୋଗର କାରଣ ଲକ୍ଷଣ ନିରାକରଣ ଓ ଚିକିତ୍ସା ବିଷୟରେ ବୁଝାଇଥିଲେ । ଶେଷରେ ହୃଦଘାତ ରୋଗୀଙ୍କୁ କେମିତି ତୁରନ୍ତ ସିପିଆର୍‌ ଦେଲେ ଜୀବନ ବଞ୍ଚାଯାଇ ପାରିବ ସେ ବିଷୟରେ ଶିଖାଇ ଥିଲେ ।

Leave A Reply

Your email address will not be published.