ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାଗଦେବୀ ସରସ୍ୱତୀଙ୍କ ପୂଜା ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ପ୍ରତିଷ୍ଠାତା ଏକାଧାରରେ ଜଣେ କବି, ଲେଖକ, ଶିଶୁ ସାହିତ୍ୟିକ, ପରିବେଶ ପ୍ରେମୀ, ଆଇନଜୀବୀ, ପୁରୋହିତ ହୃଷୀକେଶ ପାଢ଼ୀ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମଣିଜପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରିବା ସହ ଔଷଧୀୟ ଅଶୋକା, ଅଁଳା, ଗଙ୍ଗଶିଉଳି, ନିମ୍ୱ ଚାରା ରୋପଣ କରି ଜନସଚେତନତା ସୃଷ୍ଟି କରିଛନ୍ତି । ଆଇନଜୀବୀ ଲଷ୍ମୀଧର ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଜୁଲତା ଜେନା ପରିବେଶ ସଚେତନଧର୍ମୀ ବ୍ୟାନରକୁ ସର୍ବସାଧାରଣରେ ପ୍ରଦର୍ଶନ କରି ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ମାନଙ୍କୁ ଗଛଟିଏ ଲଗାଇ ତାର ଯତ୍ନ ନେବାକୁ ନିବେଦନ କରିବା ସହ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପୂଜା ସହ ପରିବେଶ ସଚେତନତାର ଏହି ସାଧୁ ଉଦ୍ୟମକୁ ସର୍ବସାଧାରଣରେ ପ୍ରଂଶସା କରିଥିଲେ । ଏହାପରେ ଶ୍ରୀଯୁକ୍ତ ପାଢ଼ୀ ଔଷଧୀୟ ଚାରା ଧରି ସରକାରୀ ଉ.ପ୍ରା. ବିଦ୍ୟାଳୟ ଗୁଡ଼ୁପାଇଲୋରେ ପହଂଚି ସରସ୍ୱତୀଙ୍କ ପୂଜାର୍ଚ୍ଚନା କରି ବୃକ୍ଷ ରୋପଣ କରିଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପ୍ରଧାନ, ସହକାରୀ ଶିକ୍ଷକ ସର୍ବେଶ୍ୱର ଜେନା ଏବଂ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ମାନେ ସବୁଜ ଡେଲାଙ୍ଗର ପରିବେଶ ସଚେତନଧର୍ମୀ ବ୍ୟାନରକୁ ପ୍ରଦର୍ଶିତ କରିଥିଲେ । ପରେ ପରେ ଶ୍ରୀଯୁକ୍ତ ପାଢ଼ୀ ପଂଚାୟତ ଉଚ୍ଚବିଦ୍ୟାଳୟ ବୋଳକଣା ପାର୍ଶ୍ୱରେ ନିମ୍ବ ବୃକ୍ଷ ରୋପଣ କରିଥିଲେ । ଶ୍ରୀଯୁକ୍ତ ପାଢ଼ୀଙ୍କର ପୂଜା ସହ ପରିବେଶ ସଚେତନତା ଜନସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
Prev Post