centurian jitm

ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ବିରଳ ପଦ୍ଧତିରେ ହୃଦ୍‌ରୋଗ ଚିକିତ୍ସା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାୟପୁର ସ୍ଥିତ ଏନ୍‌ଏଚ୍‌ଏମ୍‌ଏମ୍‌ଆଇ ନାରାୟଣ ସୁପର୍‌ ସ୍ପେସିଆଲିଟି ହସ୍‌ପିଟାଲ୍‌ରେ ସଫଳତାର ସହ ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ ଧୁବାପଡ଼ାର ୧୩ ବର୍ଷୀୟ ରାହୁଲ ସାହୁଙ୍କ ବିରଳ ଚିକିତ୍ସା ପଦ୍ଧତି ମାଧ୍ୟମରେ ଚିକିତ୍ସା କରାଯାଇଛି । ୧୩ ବର୍ଷୀୟ ରାହୁଳଙ୍କ ଜନ୍ମଗତ ବିରଳ ହୃଦ୍‌ରୋଗ ଥିଲା, ଯାହାକି ରାଷ୍ଟ୍ରୀୟ ବାଲ ସ୍ୱାସ୍ତ୍ୟ କାର୍ୟ୍ୟକ୍ରମର ମୋବାଇଲ୍‌ ହେଲ୍‌ଥ୍‌ ଟିମ୍‌ ଦ୍ୱାରା ଡାଇଗ୍ନୋସିସ୍‌ କରାଯାଇଥିଲା । ଏହାପରେ ତାଙ୍କୁ ଏନ୍‌ଏଚ୍‌ ଏମ୍‌ଏମ୍‌ଆଇ ନାରାୟଣ ସୁପର୍‌ ସ୍ପେସିଆଲିଟି ହସ୍‌ପିଟାଲ୍‌କୁ ଅସ୍ତ୍ରୋପଚାର ପାଇଁ ପଠାଯାଇଥିଲା । ସେଠାରେ ପରୀକ୍ଷା ସମୟରେ ଜଣାଗଲା ଯେ, ତାଙ୍କ ଅକ୍ସିଜେନ୍‌ର ସ୍ତର ୬୦% ରହୁଅଛି, ଯାହାକି ଅସ୍ତ୍ରୋପଚାରରେ ବାଧା ଉତ୍ସନ୍ନ କରିପାରେ । ସେଥିପାଇଁ ଏକ ବିରଳ ପଦ୍ଧତିରେ (ଆର୍‌ଭିଓଟି, ଷ୍ଟେନ୍‌ଟିଙ୍ଗ୍‌) ଦ୍ୱାରା ତାଙ୍କ ଅକ୍ସିଜେନ୍‌ ସ୍ତରକୁ ବଢ଼ାଯାଇଥିଲା ଏବଂ ପରବର୍ତ୍ତୀ କାଳରେ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସଫଳତା ପରେ ରାହୁଲଙ୍କ ସ୍ୱାସ୍ତ୍ୟ ଅବସ୍ଥାରେ ଦୃତ ଉନ୍ନତି ପରିଲକ୍ଷିତ ହୋଇଛି । ରାଷ୍ଟ୍ରୀୟ ବାଲ ସ୍ୱାସ୍ତ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସଂପୂର୍ଣ୍ଣ ଚିକିତ୍ସା, ଯାତାୟାତ ତଥା ଔଷଧର ବ୍ୟବସ୍ଥା ମାଗଣାରେ କରାଯାଇଥିଲା । ଏହି ସଫଳତା ପାଇଁ ରାହୁଲର ପିତା ରାମଲାଲ ସାହୁ ଏକ ମାତା ପୁଷ୍ପା ସାହୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ତୁରେକେଲା ବ୍ଲକ ସିଏଚ୍‌ସିର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.