oom

ହଟ୍ ନ୍ୟୁଜ୍ ୨୪ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ‘ହଟ୍ ନ୍ୟୁଜ୍ ୱେବ୍ ପୋର୍ଟାଲ୍’ ଚେନେଲ୍‌ର ପ୍ରଥମ ସ୍ୱ-ନକ୍ଷତ୍ର ଦିବସ ପରିଚାଳନା ନିର୍ଦ୍ଦେଶକ ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ସୋହେଲା ସଂସ୍କୃତି ଭବନଠାରେ ନିରାଡମ୍ବର ଭାବରେ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଡ. ହଳଧର ନାଗ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଅସିତ ସ୍ୱାଇଁ, ଆଇନଜୀବୀ ନିତିଶ ଆଚାର୍ଯ୍ୟ, କିରଣ କୁମାର ମିଶ୍ର, ସୁବ୍ରତ ପାଣି ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ସୁଶାନ୍ତ ମିଶ୍ର ଯୋଗ ଦେଇଥିଲେ । କାର୍ଯ୍ୟକାରୀ ସମ୍ପାଦକ ସୁମନ୍ତ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ସରିତା ବେହେରା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାରକୁ ସେବାରତ୍ନ ସମ୍ମାନ, ସଂକଳ୍ପ ପରିବାରକୁ ସେବାଶ୍ରୀ ସମ୍ମାନ, ପଶ୍ଚିମ ଓଡିଶା ଯୁବାମଞ୍ଚକୁ ସେବା ଗୌରବ ସମ୍ମାନ, ରଞ୍ଜନ ଦେବତା ଓ କିଶନ ଅଗ୍ରୱାଲଙ୍କୁ ସାମ୍ବାଦିକ ଗୌରବ ସମ୍ମାନ, ସତ୍ୟକେତନ ମହାନ୍ତିଙ୍କୁ କଳା ଭୂଷଣ ସମ୍ମାନ, ପ୍ରଦୀପ ମହାନ୍ତିଙ୍କୁ ସାମ୍ବାଦିକ ସୌରଭ ସମ୍ମାନ । ଇଂ ଅଭୟ ପଣ୍ଡାଙ୍କୁ ମାର୍ଗ ଦର୍ଶକ ସମ୍ମାନ, ଚନ୍ଦ୍ରକୁମାର ଅଗ୍ରୱାଲଙ୍କୁ ସମାଜ ଗୌରବ ସମ୍ମାନ, ଗିରିଧାରୀ ଅଗ୍ରୱାଲଙ୍କୁ ସେବା ଗୌରବ ସମ୍ମାନ, ଜୟନ୍ତୀ ସାହୁଙ୍କୁ ସେବା ସୌରଭ ସମ୍ମାନ, ପରମାନନ୍ଦ ମିଶ୍ରଙ୍କୁ ସେବା ବିଭୂତି ସମ୍ମାନ, ସେବଲତିକା ପ୍ରଧାନଙ୍କୁ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଶୋକ ବାଙ୍କ, ଲିଲାମୟ ବେହେରା, ଜଗନ୍ନାଥ କୁମ୍ଭାର, ଆକାଶ କୁମାର ମେହେର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସହ ସଂପାଦକ ମୋତିଲାଲ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.