centurian jitm

ଆଦର୍ଶ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମଧ୍ୟ ସ୍କୁଲରେ ଏଡମିସନ ହୋଇପାରୁନ ଥିବା ଅଭିଯୋଗ

nschool

ବରଗଡ, (ମୁନ୍ନା ସାହୁ) : ଆଦର୍ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ସ୍କୁଲରେ ଏଡମିସନ ହୋଇ ପାରୁ ନ ଥିବା ଅଭିଯୋଗରେ ସୋମବାର ମଧ୍ୟାହ୍ନ ୧୨ଟା ସମୟରେ ବନାବିରା ଗ୍ରାମର ଛାତ୍ରୀ ଓ ତାଙ୍କ ପରିବାର ଲୋକେ ଜିଲ୍ଲାପାଳ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ । ଏନେଇ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ସ୍କୁଲରେ ଏଡମିସନ କରାଯାଉ ବୋଲି ଦାବି କରିଥିଲେ । ସୂଚନା ଅନୁସାରେ ସୋହେଲା ବ୍ଲକ ବନାବିରା ଗ୍ରାମର ପଞ୍ଚମ ଶ୍ରେଣୀର ଝିଅ ଆଦର୍ଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମଧ୍ୟ ସ୍କୁଲରେ ଏଡମିସନ ହୋଇ ପାରୁ ନ ଥିବା ବେଳେ ଏହାର ସମାଧାନ ପାଇଁ ଜିଲ୍ଲାପ୍ରଶାସନକୁ ଦାବି କରାଯାଇଛି ।

Leave A Reply

Your email address will not be published.