ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ହୋହାଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମ ଭୋଇ ମେଡିକାଲରୁ ଆସୁଛି ଏକ ବଡ଼ ଖବର । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁର ଜୀବନ । ଆଉ ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ମୃତ ନବଜାତ ଶିଶୁଙ୍କ ପରିବାର ଲୋକେ । ବଲାଙ୍ଗିରର ସହରର ସାଲେପାଲି ନିବାସୀ ସୁବାଷ ଶର୍ମା ଦୀର୍ଘ ୩ ଦିନ ହେଲା ନିଜ ସ୍ତ୍ରୀ ଶ୍ରୀମତୀ ସରୋଜିନୀ ବାଗଙ୍କୁ ଭୀମ ଭୋଇ ମେଡିକାଲର ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ । ସ୍ତ୍ରୀର ଅବସ୍ଥା ଦେଖି ସୁବାଷ ବାରମ୍ବାର ଡାକ୍ତରଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ନିବେଦନ କରିଥିଲେ । ହେଲେ ଡାକ୍ତର ନରମାଲ୍ କରିବା ପାଇଁ କହିଥିଲେ । ଅବସ୍ଥା ଅତି ଗୁରୁତର ହେବା ସତ୍ୱେ ଡ଼ାକ୍ଟର ନରମାଲ୍ କରିଦେଇଥିଲେ । ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଥିବା ବେଳେ ଏହାକୁ ନେଇ ଡାକ୍ତରଙ୍କ ଚରମ ଅବହେଳା ଯୋଗୁଁ ନବଜାତ ଶିଶୁର ଜୀବନ ଚାଲିଗଲା ବୋଲି ସୁଭାଷଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲର ସ୍ତ୍ରୀ ଓ ପ୍ରସୂତୀରେ ହୋହାଲ୍ଲା ମଧ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.