ଦକ୍ଷିଣିପାଲିରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲିଠାରେ ଶନିବାର ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏସିଇ ଫାଉଣ୍ଡେସନର ମିଳିତ ସହଯୋଗରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଶୁକ୍ରବାର ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ପୂର୍ବକ ଜିଲ୍ଲାର ଏହି ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରକୁ ଭିଡିଓ କନ୍‌ଫରେନ୍‌ସିଙ୍ଗ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଆଭାସୀ ଜରିଆରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ଭିସି ରୁମ୍‌ରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ସମେତ ଏଡିଏମ୍‌ ସୂର୍ଯ୍ୟନାରାୟଣ ଦାସ, ଏଡିଏମ୍‌ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜି ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଦକ୍ଷିଣିପାଲିଠାରେ ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଉଲୁଣ୍ଡା ବିଡିଓ କରିସ୍ମା ବେଶ୍ରା, ଜିଲ୍ଲା କ୍ରିଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ତଥା ଜିଲ୍ଲା ହକି ସଂଘ ସଦସ୍ୟ ଅଧ୍ୟାପକ ରାମ କୁମାର ସାହୁ, ସ୍ଥାନୀୟ ସରପଂଚ ପ୍ରଦୀପ ଦେହେରୀ, ଖେଳପ୍ରେମୀ ସନ୍ତୋଷ ଭୁକ୍ତା, ବୁଆଷ ଗୁଡିଆ, ସରୋଜ ମେହେର, ଶମ୍ଭୁରାଜ କର୍ଣ୍ଣ ୱାର୍ଡ୍ ସଭ୍ୟ ସୁରଥ କୁମ୍ଭାରଙ୍କ ସମେତ ଅଞ୍ଚଳର ଶତାଧିକ ଖେଳପ୍ରେମୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଅତିଥି ବୃନ୍ଦ ରାଜ୍ୟରେ ହକି କ୍ରୀଡ଼ାର ତୃଣମୂଳ ସ୍ତରରେ ଉନ୍ନତି ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଜିଲ୍ଲାର ଦକ୍ଷିଣିପାଲି ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ରଦ୍ୱାରା ଜିଲ୍ଲାର ଶତାଧିକ ହକି ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ହକି ଖେଳ ପ୍ରତି ଅନେକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାୟ ସୂଚନା ଦେଇଛନ୍ତି । ପରେ ପରେ ଦକ୍ଷିଣିପାଲି ହକି ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ସ୍ଥାନୀୟ ହକି ଖେଳାଳିଙ୍କ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା ।

Leave A Reply

Your email address will not be published.