jayashree

ଏକାଠି ହେଲେ ହିନ୍ଦୁ ସମାଜ : ବାଙ୍ଗଳାଦେଶ ବିରୁଦ୍ଧରେ ଉଠିଲା ସ୍ୱର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା ହିନ୍ଦୁ ସମାଜ ପକ୍ଷରୁ ରେଳ ଷ୍ଟେସନ ଠାରୁ ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ପଦଯାତ୍ରା । ଏକାଠି ହେଲେ ହିନ୍ଦୁ ସମୂହ । ବାଙ୍ଗଳାଦେଶରେ ହେଉଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ହିନ୍ଦୁ ସମୂହ ସ୍ୱର ଉତ୍ତୋଳନ କରିଛି । ବାଙ୍ଗଳାଦେଶରେ ହିନ୍ଦୁ ସମାଜ ପ୍ରତି ଘଟୁଥିବା ଉତ୍ପୀଡନ, ନିର୍ଯ୍ୟାତନା ତତ୍‌କ୍ଷଣାତ୍ ବନ୍ଦ କରିବା ପାଇଁ ହିନ୍ଦୁ ସମୂହ ଆହ୍ଵାନ ଦେଇଛି । ଏପରିକି ହିନ୍ଦୁ ମାନଙ୍କ ମନ୍ଦିର ଭାଙ୍ଗିବା ଓ ଲୁଟ୍ କରିବା ସହ ହିନ୍ଦୁଙ୍କ ବ୍ୟବସାୟ ବନ୍ଦ କରିଦିଆଯାଉଛି । ସରକାରୀ ପଦ ପଦବୀରୁ ବାଧ୍ୟ କରି ବାହାର କରି ଦିଆଯାଉଛି । ହିନ୍ଦୁଙ୍କ ସମ୍ପତ୍ତି ଜବତ କରାଯାଉଛି । ଭାରତର ନିବେଶକ ଓ ଉଦ୍ୟୋଗୀମାନଙ୍କୁ ବାଧ୍ୟ କରି ଭାରତକୁ ପଠାଇ ଦେଉଛନ୍ତି । ଏହି ଭୀଷଣ ପରିସ୍ଥିତିରେ ନିଜ ଆତ୍ମରକ୍ଷା ପାଇଁ ହିନ୍ଦୁ ସମାଜ ଏକାଠି ହୋଇ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ବ୍ୟବସ୍ଥାରେ ନିଜର ପ୍ରତିବାଦ ଜଣାଉଛି ଓ ପ୍ରତିକାର ଦାବି କରୁଛି । ତତ୍‌କ୍ଷଣାତ୍ ଏହି ଭଳି ଗତିବିଧି ବନ୍ଦ କରିବା ଦାବିରେ ରାୟଗଡ଼ା ଜିଲ୍ଲାର ହିନ୍ଦୁ ସମୂହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ରାୟଗଡ଼ାଙ୍କୁ ଦାବି ପ୍ରଦାନ କରିଛି । ଏହି ପଦଯାତ୍ରାକୁ ସାଫଲ୍ୟ କରିବା ନିମନ୍ତେ ଶକ୍ତି ବାହୀନି ବ୍ରାହ୍ମଣ ମହିଳା ସମାଜ, ରାୟଗଡ଼ ବ୍ୟବସାୟୀ ସଂଘ, ବଜରଙ୍ଗ ଦଳ, ଆର୍‌ଏସ୍‌ଏସ୍‌ ଦଳ, ଜିଲ୍ଲାର ସମସ୍ତ ମନ୍ଦିର ପୂଜକ ଓ କମିଟି, ୱାକର୍ସ୍ କ୍ଲବ୍, ଅନେକ ଗୁଡ଼ିଏ ମହିଳା ସଙ୍ଗଠନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଯୁବକ ସଂଘ ଗୁଡ଼ିକ ଏହି ପଦଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ୍ ହେଇଥିଲେ ।

Leave A Reply

Your email address will not be published.