ଖଣ୍ଡଦେଉଳି ହାଇସ୍କୁଲ ଓ ହୁମ୍ମା ବୀରଭଦ୍ର ନୋଡାଲ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ଶକଂର ନାରାୟଣ ବେଜଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହିନ୍ଦୀଭାଷା ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ ରାଷ୍ଟ୍ରଭାଷା ରୂପେ ସ୍ୱୀକୃତି ପାଇଥିଲା । ଜାତିର ପିତା ମହାତ୍ମାଗାନ୍ଧୀ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପରାମର୍ଶ କ୍ରମେ ୧୯୫୩ ମସିହା ସେପ୍ଟେମ୍ବର ୧୪ ମସିହା ଠାରୁ ପ୍ରତ୍ୟେକ ବର୍ଷ ହିନ୍ଦୀ ଦିବସ ପାଳିତ ହୋଇ ଆସୁଛି । ସୁବଳୟା ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ସାମନ୍ତରାୟ ଯୋଗ ଦେଇ ହିନ୍ଦୀ ଭାଷାର ଗୁରୁତ୍ୱ ଓ ଲୋକ ପ୍ରିୟତା ଉପରେ ବୁଝାଇଥିଲେ । ବିଜ୍ଞାନ ଶିକ୍ଷକ କବିରାଜ ଦାଶ, ଅବସରପ୍ରାପ୍ତ ଶିକ୍ଷକ ବାଉରିବନ୍ଧୁ ଗୌଡ଼, ଶିକ୍ଷକ ଉଲ୍ଲାସ ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ସଂସ୍କୃତରେ ଶ୍ରଦ୍ଧାଞ୍ଜଳି ସ୍ବାଇଁ ଓ ହିନ୍ଦୀ ଭାଷାରେ ଉମା ଦାଶ ଦୁଇ ଛାତ୍ରୀ ବକୃତା ପ୍ରଦାନ କରିଥିଲେ । ପୂର୍ବରୁ ଆୟୋଜିତ ହିନ୍ଦୀ ଓ ସଂସ୍କୃତରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ହିନ୍ଦୀ ଶିକ୍ଷକ ସୁଦର୍ଶନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂଯୋଜନା ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ବଡ଼ଜେନା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସେହିପରି ହୁମ୍ମା ସ୍ଥିତ ବୀରଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମହେଶ୍ୱର ବେହେରାଙ୍କ ପୌରହିତ୍ୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ହୁମ୍ମା କ୍ଲଷ୍ଟର ସିଆର୍‌ସିସି ଦାମୋଦର ପଣ୍ଡା ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ଶିକ୍ଷକ ସୁନିଲ କୁମାର ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ହିନ୍ଦୀ ଶିକ୍ଷୟତ୍ରୀ ଅନିତା କୁମାରୀ ପଣ୍ଡା ହିନ୍ଦୀ ଦିବସର ମହତ୍ଵ ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ରୋଜାଲିନ, ଲକ୍ଷ୍ମୀପ୍ରିୟା ଓ ମାମାଲି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସାନୁ ପଲେଇ ପ୍ରଥମ, ସୁଧାକର ବିଶ୍ୱାଳ ଦ୍ୱିତୀୟ, ଚିଣ୍ଟୁ ସ୍ବାଇଁ ତୃତୀୟ ଭାବେ ପୁରସ୍କୃତ ହୋଇଥିଲେ । ଏଥିରେ ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଶୋଭାରାଣୀ ରଣା, ମମତା ତ୍ରିପାଠୀ, ସରସ୍ୱତୀ ବେହେରା କ୍ରୀଡ଼ା ଶିକ୍ଷକ ଜୟକୃଷ୍ଣ ପାତ୍ର, ପିଣ୍ଟୁ ଗୌଡ଼, ଜିତେନ୍ଦ୍ର ନନ୍ଦ ରବିନ୍ଦ୍ରନାଥ ନାହାକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଦିବସ ସମ୍ପର୍କରେ ବୁଝାଇଥିଲେ ।

Leave A Reply

Your email address will not be published.