
ଡେରାଡୁନ୍ : ଉତ୍ତରକାଶୀର ନେହେରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ (ଏନ୍ଆଇଏମ୍)ର ୬୧ ପର୍ବତାରୋହୀଙ୍କ ଏକ ଟିମ୍ ପ୍ରଶିକ୍ଷଣ ପାଇଁ ହିମାଳୟର ଗରୱାଲ ଦ୍ରୌପଦୀ କା ଦଣ୍ଡା ଶୃଙ୍ଗକୁ ଯାଇଥିଲେ । ମଙ୍ଗଳବାର ସେମାନେ ଫେରୁଥିବା ବେଳେ ହିମସ୍ଖଳନ ଘଟିଥିଲା । ସମୁଦ୍ର ପତ୍ତନଠାରୁ ୧୬,୦୦୦ ଫୁଟ୍ ଉଚ୍ଚରେ ଏହି ଅଘଟଣ ଘଟିଛି ।
ଦୁଇଦିନ ମଧ୍ୟରେ ଘଟଣାସ୍ଥଳରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ୧୩ଜଣ ପର୍ବତାରୋହୀଙ୍କ ସହ ପ୍ରଶିକ୍ଷକ ନିଖୋଜ ଥିବା ଜଣାପଡିଛି । ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।