ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ରହୁଥିବା ମୁରିବାହାଲ ବ୍ଲକ କନ୍ଦାଖାଲ ଗ୍ରାମର ମାଗି କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ଓସିଏସ୍ ପରୀକ୍ଷାରେ ୨୫୪ ର୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଖବର ପ୍ରଚାରିତ ହେବା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ହେମରାଜ ସ୍ନାତକୋତ୍ତର ପାସ କରି ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ ଜୁନିଅର ଆସିଷ୍ଟାଣ୍ଟ ଭାବେ ଦୀର୍ଘ ସାତ ବର୍ଷ ହେବ କାର୍ଯ୍ୟ କରୁଛନ୍ତି ଏବଂ ଓସିଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରିଶ୍ରମର ଫଳ ସ୍ୱରୂପ କାଲି ଓସିଏସ୍ ପରୀକ୍ଷାରେ ୨୫୪ ର୍ୟାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପିତା ମାଗି କୁମ୍ଭାର, ମାତା ଶ୍ରୀମତୀ କୁମ୍ଭାରଙ୍କ ମଝିଆ ପୁଅ ହେଲେ ହେମରାଜ । ଏହି ସଫଳତା ହାସଲ କରିବା ପରେ ପିତା ମାଗି କୁମ୍ଭାରଙ୍କ ପ୍ରତିକ୍ରିୟା ନେଲା ବେଳକୁ ସେ ଖୁସିରେ କାନ୍ଦି ପକାଇଥିଲେ ।