ଗିରଫ ହେଲା ସ୍ତ୍ରୀ ହତ୍ୟାକାରୀ ନୃଶଂସ ସ୍ୱାମୀ

ଭୁବନେଶ୍ୱର : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଚନ୍ଦ୍ରଶେଖରପୁର ଥାନାସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି । ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟିପିଟି ହତ୍ୟା କରିଛି ସ୍ୱାମୀ ରଙ୍ଗଲାଲ ପୂର୍ତ୍ତି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି । ପାରିବାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ।

Leave A Reply

Your email address will not be published.