om academy

ନିଜ ଭାଇକୁ ହତ୍ୟା କଲା ଭାଇ : ତଦନ୍ତ କରୁଛି ପୁଲିସ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନସ୍ଥ ବଡ଼ମାଲ ଫାଣ୍ଡି ଅଧୀନ ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କରିଛି ଭାଇ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର ଦେବରାଜ ଭୋଇଙ୍କୁ ନିଜ ଭାଇ ଟିକେଚନ ଭୋଇ ହତ୍ୟା କରିଥିବା ଜଣାପଡିଛି । ତେବେ ବଡ଼ମାଲ ଗ୍ରାମର ଗୋଟିଏ ପରିବାରର ଦୁଇ ଭାଇ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା । ତେବେ ଟିକେଚନ ଭୋଇ ଓ ଦେବରାଜ ଭୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଟିକେଚନ ଦେବରଜକୁ ବାଡ଼ିରେ ଜୋର୍‌ରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ସଇଁତଲା ପୋଲିସ, ବଡ଼ମାଲ ଫାଣ୍ଡି ଅଧିକାରୀ, ବଲାଙ୍ଗିର ସାଇଣ୍ଟିଫିକ ଟିମ୍‌ ପହଂଚି ତଦନ୍ତ କରିଛନ୍ତି । ଟିକେଚନ୍‌କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

Leave A Reply

Your email address will not be published.