ହତ୍ୟାକାଣ୍ଡ ଘଟଣା ପରେ ଆଉ ଏକ ଅଭାବନୀୟ ଘଟଣା : ହଂସପୁର ଗ୍ରାମରେ ଉତ୍ତେଜନା ପରିସ୍ଥିତି

• ଘଟଣା ସ୍ଥଳରେ ଗଞ୍ଜାମ ଏସ୍‌ପି ପହଞ୍ଚି ପରିସ୍ଥିତିକୁ ସୁଧାର ଆଣିବା ନିମନ୍ତେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି
• ଆନ୍ଦୋଳନ ପ୍ରତ୍ୟାହୃତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗ୍ରାମର ଯୁବ ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡ଼ା (୩୫)ଙ୍କୁ ଗତ ୨୨ତାରିଖରେ ହତ୍ୟା କରାଯାଇଥିଲା । ତାଙ୍କ ଉପରେ ଆତର୍କିତ ଭାବେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏ ଯାଏଁ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ପଦକ୍ଷେପରେ ବିଳମ୍ବ ଏବଂ କାହାରିକୁ ଗିରଫ କରାଯାଇନଥିବା ପ୍ରତିବାଦରେ ହଂସପୁର ଗ୍ରାମରେ ସୋମବାର ଅଶାନ୍ତିର ବହ୍ନି ଜଳି ଉଠିଥିଲା ।

କୁହାଯାଏ, ମୃତ କୃଷ୍ଣ ଚନ୍ଦ୍ର ପରିଡ଼ା ସେ ବିବାହ କରିଥିବା ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର କରିଥିଲେ । ପରେ ସେ ଦ୍ୱିତୀୟ ପତ୍ନୀ ଚୟନ କରିଥିଲେ ଏବଂ ପ୍ରସଙ୍ଗ ସଠିକ୍‌ ହୋଇଥିଲା । ମୃତକ କୃଷ୍ଣଚନ୍ଦ୍ର ପରିଡ଼ାଙ୍କ ଭାବି ପତ୍ନୀ ଏହି ସମସ୍ୟା ସମ୍ପର୍କରେ ଶୁଣି ଅସହ୍ୟ ହୋଇ ସୋମବାର ଆତ୍ମହତ୍ୟା କରିଥିବା ଜଣାଯାଏ । ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଏନେଇ ଗ୍ରାମଦେଇ ଯାଇଥିବା ତାରାତାରିଣୀ ସଡ଼କପଥରେ ରାସ୍ତାରୋକ ପୋଡାଜଳା କରି ରାସ୍ତା ଅବରୋଧ କରାଯାଇଛି । ପରିସ୍ଥିତିକୁ ସୁଧାର ଆଣିବା ପାଇଁ ଛତ୍ରପୁର ଥାନା କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ସେଠାରେ ଉତ୍ୟକ୍ତ ଜନତା ପୋଲିସ ଉପରକୁ ଢେଲାମାଡ଼ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଅଣାୟତ ହୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ସମ୍ଭାଳିଛନ୍ତି । ଖୁବଶୀଘ୍ର ମୁଖ୍ୟ ଆସାମୀମାନଙ୍କୁ ଧରାଯିବ ଏବଂ ଗିରଫ କରାଯିବ ବୋଲି ଗଞ୍ଜାମ ଏସ୍‌ପି ସ୍ୱଷ୍ଟ କରିଛନ୍ତି । ଫଳରେ ଉତ୍ୟକ୍ତ ଜନତା ହଂସପୁର ଗ୍ରାମ ଦେଇ ଯାଇଥିବା ରାସ୍ତାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.