ppurohit

ପୂର୍ବ ଶତ୍ରୁତାକୁ ନେଇ ଦିନ ଦୁଇ ପ୍ରହରରେ ନିର୍ମମ ହତ୍ୟା

2nd

ମ. ରାମପୁର (ପି.କେ ସାହୁ) : ପୂର୍ବ ଶତ୍ରୁତା ନେଇ ଜଣେ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ ମ. ରାମପୁର ବକ୍ଲ ଅନ୍ତର୍ଗତ ମଦନପୁର ଗ୍ରାମ ପଞ୍ଚାୟତର ଗୋପାଳପୁର ଗ୍ରାମରେ ଶୁକ୍ରବାର ଅପରାହ୍ନ ୧.୩୦ରୁ ୨ଟା ସମୟ ମଧ୍ୟରେ ଶଶିକାନ୍ତ ମହାନନ୍ଦ (୨୮) ଓ ସେହି ଗ୍ରାମର ଗଜେନ୍ଦ୍ର ଭୋଇ (୫୦)ଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବଚସା ହୋଇଥିଲା । ଏଥିରେ ଶଶିକାନ୍ତ ମହାନନ୍ଦ (ଅଭିଯୁକ୍ତ) ଉତକ୍ଷିପ୍ତ ହୋଇ ଗଜେନ୍ଦ୍ର ଭୋଇ (ମୃତକ)ଙ୍କ ଛାତିରେ ଟାଙ୍ଗିଆ ଚୋଟ ମାରିଥିଲା । ଏଥିରେ ଗଜେନ୍ଦ୍ରଙ୍କ ଛାତିରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଘଟଣା ସ୍ଥାନରେ ହିଁ ସେ ଟଳି ପଡ଼ିଥିଲେ । ଏହା ଦେଖି ଲୋକେ ତାଙ୍କୁ ଡାକ୍ତରଖାନା ନେବା ସମୟରେ ତାଙ୍କୁ ମୃତ୍ୟୁ ଘଟିଥିଲା । ତେବେ ମୃତକଙ୍କ ପରିବାର ପକ୍ଷରୁ ମ.ରାମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଯାହାକୁ ନେଇ ମ.ରାମପୁର ପୋଲିସ ୧୦୩/ଦଫା ବେନସ ଭାରତୀୟ ନାଗରିକ ସହିତା ମାମଲା ରୁଜୁ କରି ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ଶବ ହସ୍ତାନ୍ତର କରିବା ସହ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ତଦନ୍ତ ଅଧିକାରୀ ଏସଡିପିଓ ସଂଜିବ ମାଝୀ, ସବଇନ୍ସପେକ୍ଟର ସୌମ୍ୟରଂଜନ ପ୍ରଧାନ, ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.