oom

ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର : ହତ୍ୟା ସନ୍ଦେହ

jsmm

ରାଉରକେଲା : ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସେକ୍ଟର-୧୭ ସ୍ଥିତ ହୋମ୍ ଆଣ୍ଡ ହୋପ୍ କାର୍ଯ୍ୟାଳୟ ପଛପାର୍ଶ୍ୱ ଜଙ୍ଗଲରୁ ଏକ ଦରପୋଡ଼ା ଶବ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଜୋନାଲ ଡିଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ ଚଳାଇଛନ୍ତି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ସୂଚନାନୁଯାୟୀ, ରାଉରକେଲା ସେକ୍ଟର – ୧୫ ଥାନାରୁ ପ୍ରାୟ ୩ ଶହ ମିଟର ଦୂର ରିଙ୍ଗରୋଡ୍ ପାର୍ଶ୍ଵ ଆମ୍ବେଦକର ପ୍ରତିମୂର୍ତ୍ତି ପଛପଟ ବୁଦାରୁ ଗୁରୁବାର ଦିନ ୧୦ଟା ସମୟରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତଦେହ ନିକଟରେ ଏକ ବ୍ୟାଗ୍, ମୋବାଇଲ ଫୋନ୍, ସାବୁନ ଓ ଚପଲ ପଡ଼ିଛି । ଯୁବକଙ୍କୁ ହତ୍ୟା କରାଯିବା ପରେ ବୁଦାରେ ଫିଙ୍ଗି ନିଆଁ ଲଗାଇ ଦିଆଯାଇଥିବା ପୋଲିସ ଅନୁମାନ କରୁଛି । ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି । ମୃତକ ଜଣଙ୍କ ରାଉରକେଲା ବାହାରର ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ କରି ପୁଲିସ ବ୍ୟବଛେଦ ଲାଗି ପଠାଇ ତଦନ୍ତ ଜାରି ରଖିଛି ।

jittmm
Leave A Reply

Your email address will not be published.