
ସୁନ୍ଦରଗଡ : ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବାଉରୀମୁଣ୍ଡା ଗାଁ ନିକଟରେ ଥିବା ଏକ ପୋଖରୀରୁ ବୁଧବାର ସକାଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ମୁତାବକ, ବାଉରୀମୁଣ୍ଡା ପୋଖରୀରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଲୋକେ ଦେଖିଥିଲେ । ମୃତକଙ୍କ ବୟସ ପ୍ରାୟ ୫୫ ବର୍ଷ ହୋଇଥିବା ବେଳେ ତାଙ୍କ ଦୁଇ ଗୋଡ଼କୁ ଏକ ରଶି ବନ୍ଧା ଯାଇଛି । କେହି ତାଙ୍କୁ ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ସୁନ୍ଦରଗଡ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ପରିଚୟ ଖୋଜିବା ଲାଗି ଆଖପାଖ ଗାଁ ଏବଂ ଅନ୍ୟ ଥାନାକୁ ସୂଚନା ଦେଇଛି ପୁଲିସ ।