ଜଙ୍ଗଲରେ ପଡିଛି ଯୁବକଙ୍କ ମୃତଦେହ : ହତ୍ୟା ସନ୍ଦେହ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ସୋସେଙ୍ଗ ପଞ୍ଚାୟତ ଗୋତମା ନିକଟ ନାଥନିସିଲ ଜଙ୍ଗଲରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି । ହେଲେ ସୁନାବେଡ଼ା ଅଭୟାରଣ୍ୟ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଭୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ମୃତକଙ୍କ ପରିଚୟ ମିଳିନାହିଁ । ସୂଚନା ଅନୁଯାୟୀ ଉକ୍ତ ଜଙ୍ଗଲରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବାରୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଅପରାହ୍ନରେ ଖବର ଜଣାପଡିଥିଲେ ମଧ୍ୟ ମାଓବାଦୀ ଭୟରେ ପାଲିସ ସେଠାକୁ ଯାଇନାହିଁ । ଏ ସମ୍ପର୍କରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକ କହିଛନ୍ତି, ଏନେଇ କୌଣସି ଅଭିଯୋଗ ଆସିନାହିଁ । ଅଭିଯୋଗ ହେବା ପରେ ବୁଧବାର ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ ସହ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.