ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲା ଏସଆଇଟି, ନୟାଗଡ ନାବାଳିକା ହତ୍ୟା ମାମଲା

କଟକ : ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ଶୁଣାଣି ହୋଇଛି । ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ସମୟ ମାଗିଲା ଏସଆଇଟି । ୧୬ ଡିସେମ୍ବରରେ ଦାଖଲ ହୋଇଥିବା ରିପୋର୍ଟ ଖୋଲାଗଲା । ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୨୫ରେ ହେବ ବୋଲି ଧାର୍ୟ୍ୟ କରାଯାଇଛି । ସେପଟେ ତଦନ୍ତକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ହାଇକୋର୍ଟ । ଏ ନେଇ ସୂଚନା ଦେଇଛନ୍ତି ଆବେଦନକାରୀ ଆଇନଜୀବୀ ପଦ୍ମାଳୟ ମହାପାତ୍ର । ଷ୍ଟାଟସ ରିପୋର୍ଟ ଦାଖଲ କରିବା ପାଇଁ ଏସଆଇଟିକୁ ଅଧିକ ସମୟ ଦେଇଛନ୍ତି ହାଇକୋର୍ଟ । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଯଦୁପୁର ଗାଁର ଜଣେ ନାବାଳକକୁ ଗିରଫ କରିଛି । ଏବେ ସେ ଅନୁଗୁଳ ବାଳ ସୁଧାର ଗୃହରେ ଅଛି । ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।

Leave A Reply

Your email address will not be published.