oum

ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା : ସ୍ତ୍ରୀର ଶବକୁ ଚି଼ହ୍ନଟ କଲେ ସ୍ୱାମୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସାତମାଇଲ ଛକ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା । ଜଣା ପଡିଲା ମୃତ ମହିଳାଙ୍କ ପରିଚୟ । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳା ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ବରିଗୁଭା ଗାଁର ଚକା ମହାନନ୍ଦଙ୍କ ସ୍ତ୍ରୀ ସଂଯୁକ୍ତା ହରପାଳ । ସଂଯୁକ୍ତା ବରଗାଁ ପଂଚାୟତରେ ମିଶନ ଶକ୍ତି ସି.ଆର୍‌.ପି ଭାବରେ କାମ କରନ୍ତି । ୨୧ ତାରିଖ ସକାଳୁ ଅଫିସ କାମରେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ଆଉ ଗତକାଲି ସକାଳୁ ବଲାଙ୍ଗିର ଜିଲ୍ଲାରୁ ମିଳିଥିଲା ଶବ । ପରିବାର ଲୋକେ ବଲାଙ୍ଗିର ଆସି ଶବକୁ ଚି଼ହ୍ନଟ କରିଛନ୍ତି । ସ୍ତ୍ରୀର ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ଦାବୀ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

Leave A Reply

Your email address will not be published.