oom

ସୁନାରିସିକୁଆଁ ହତ୍ୟା ଘଟଣାର ପର୍ଦାଫାସ୍‌ : ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ସୁନାରିସୀକୁଆଁ ଗ୍ରାମର ହତ୍ୟାକାଣ୍ଡ ଘଟଣାରେ ଖଡ଼ିଆଳ ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ନେଇ ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଲ କୁମାର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୧୧ ଦିନ ଅଭିମନ୍ୟୁ ବୈଠାରୁ ନାମକ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଲୁହାଛଡ ଏବଂ ଟାଙ୍ଗିଆ ଚୋଟରେ ଉକ୍ତ ଗ୍ରାମର ସରୋଜ ନିଆଲ ଓ ରାମ ନିଆଲ ବାଡେଇ ବାଡେଇ ନିର୍ମମ ଭାବରେ ହତ୍ୟା କରିଥିଲେ । ଏହି ସମୟରେ ଅଭିମନ୍ୟୁଙ୍କ ସ୍ତ୍ରୀ ମାଳତୀ ବୈଠାରୁଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ମାଳତୀଙ୍କୁ ଉଦ୍ଧାର କରି ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାକୁ କେନ୍ଦ୍ର କରି ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ଖଡ଼ିଆଳ ଆଇଆଇସି ଏବଂ ଏସ୍‌ଡିପିଓ ସନ୍ତକ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ । ଉକ୍ତ ଘଟଣାରେ ସରୋଜ ନିଆଲ ଏବଂ ରାମ ନିଆଲଙ୍କୁ ଖଡ଼ିଆଳ ଥାନାରେ ଅଟକ ରଖି ଜେରା କରିଥିଲେ । ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏବଂ ଏହି କେଶରେ ଅନ୍ୟ କେହି ମଧ୍ୟ ସମ୍ପୃକ୍ତ ଥିବା ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଆଧିକ୍ଷକ କହିଛନ୍ତି ।

jittmm
Leave A Reply

Your email address will not be published.