jayashree

ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ : ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଡ଼ାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ମୃତ ଛାତ୍ରୀ ହେଲେ ୨୦ ବାର୍ଷିୟ ନିରୂପମା ନନ୍ଦ । ସେ ତୃତୀୟ ବର୍ଷ ଏମ୍‌ବିବିଏସ୍‌ରେ ପାଠ ପଢୁଥିଲେ । ତାଙ୍କ ଘର ବଲାଙ୍ଗିର ସିଭିଲ କୋର୍ଟ ନିକଟରେ ବୋଲି ଜଣାପଡିଛି । ସୂଚନାନୁସାରେ, ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାପରେ ମୃତଦେହକୁ ପୋଷ୍ଟମଟର୍ମ ପାଇଁ ପଠାଇଛି ପୋଲିସ । ତେବେ ନିରୂପମାଙ୍କର କେମିତି ମୃତ୍ୟୁ ହେଲା ଜଣାପଡିନାହିଁ । ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Leave A Reply

Your email address will not be published.