centurian jitm

ଲେମ୍ବୁ ଗଛରୁ ବୃଦ୍ଧଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର : ଗୁଣି ଗାରେଡି ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ୫ ଅଟକ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତସ୍ଥିତ ବରାହମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣି ଗାରେଡି ସନ୍ଧେହରେ ବୃଦ୍ଧ ନିତ୍ୟା ଭୋଇ(୬୫)ଙ୍କ ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ ।ତେବେ ବୃଦ୍ଧଙ୍କ ଲେମ୍ବୁ ଗଛରେ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ସଇଁନ୍ତଲା ପୋଲିସ । ସୂଚନା ମତେ ଗତକାଲି ଗୁଣି ଗାରେଡି ସନ୍ଧେହରେ ଉକ୍ତ ବୃଦ୍ଧଙ୍କ ପରିବାରର ଲୋକଙ୍କୁ ଗାଁର କିଛି ଲୋକ ଘରକୁ ଡାକି ନେଇ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଛି । ପରେ ବିଳମ୍ବିତ ରାତିରେ ବୃଦ୍ଧ ଜଣକ ଘରରେ ନ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ସକାଳୁ ଉଠିବା ପରେ ବୃଦ୍ଧଙ୍କ ପୁଅ ସୁନା ଧର ଭୋଇ ନିଜ ବାରି ପଟକୁ ଆସି ଲେମ୍ବୁ ଗଛରେ ତାଙ୍କ ବାପାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ପରିବାର ଲୋକଙ୍କୁ ଡାକିବା ପାଇଁ ଯାଇଥିଲେ । ଅନ୍ୟପଟେ ଖବର ପାଇବା ପରେ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୫ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ମଧ୍ୟ ଜଣାପଡିଛି ।

Leave A Reply

Your email address will not be published.