ବୁର୍ଲାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗ : କାରଣ ଅସ୍ପଷ୍ଟ

ସମ୍ବଲପୁର : ବୁର୍ଲାରେ ଜଣେ ରୋଗୀଙ୍କ ସମ୍ପର୍କୀୟ ପାୱାର କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ସମ୍ବଲପୁର ମହୁଲପାଲିର ୪୫ ବର୍ଷୀୟ ଲମ୍ବୋଦର ନାୟକ ବୋଲି ଜଣାପଡିଛି । ସୂଚନାନୁଯାୟୀ, ମହୁଲପାଲିର ଲମ୍ବୋଦର ନାୟକଙ୍କ ବାପା କପିଳ ନାୟକ ବୁର୍ଲା ମେଡିକାଲରେ ଭର୍ତ୍ତି ଅଛନ୍ତି । ଲମ୍ବୋଦର ତାଙ୍କ ବାପାଙ୍କ ପାଖରେ ରହି ଦେଖାଶୁଣା କରୁଥିଲେ । ତେବେ ଆଜି ଲମ୍ଵୋଦର ଭୋର୍ ସମୟରେ ପାୱାର କେନାଲକୁ ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଦେଇଛନ୍ତି । ନେତାଜୀ ଛକରୁ ଗୌଡପାଲି ରାସ୍ତାରେ ଥିବା ପାୱାର କେନାଲ କୂଳରେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଲମ୍ଵୋଦରଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ତାହାର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.