ତଣ୍ଟି ଚିପି ମାଆକୁ ହତ୍ୟା କଲା ପୁଅ

ସୋର : ତଣ୍ଟି ଚିପି ମାଆକୁ ହତ୍ୟା କଲା ପୁଅ । ସିମୁଳିଆ ଥାନା କଞ୍ଚାପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏନେଇ ହତ୍ୟାକାରୀଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ସିମୁଳିଆ ଥାନା କାଞ୍ଚପଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ମାଆ ବାସନ୍ତୀ ମହାନ୍ତିଙ୍କୁ ପୁଅ ଅରୁ ମହାନ୍ତି ହତ୍ୟା କରିଛି । ଏନେଇ ଅରୁ ମହାନ୍ତିଙ୍କ ପତ୍ନୀ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି । ଫଳରେ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.