ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି ପୁଲିସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଥିବା ଜଣାପଡିଛି ।

ସୂଚନାନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମର ମାଲିକି ମାଝୀ ଓ ତାଙ୍କ ତାଙ୍କ ସ୍ତ୍ରୀ ସାପାଇ ମାଝୀ (୩୬ ବର୍ଷ)ଙ୍କ ମଧ୍ୟରେ ପରକୀୟା ପ୍ରୀତି ସନ୍ଦେହରେ ଗତ କିଛି ଦିନ ହେବ କଳହ ଲାଗି ରହୁଥିଲା । ଗତକାଲି ରାତିରେ ଏହା ଉଗ୍ର ରୂପ ନେଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ମାଲିକି ଏକ ଧାରୁଆ ଅସ୍ତ୍ରରେ ପତ୍ନୀ ସାପାଇକୁ ହତ୍ୟା କରିଥିଲା । ଆଜି ସକାଳେ ଜଣାପଡ଼ିବା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ । ଖବରପାଇ ପୁଲିସ ପହଞ୍ଚି ମାଲିକି ମାଝୀକୁ ଅଟକ ରଖିଛି । ଏଥିସହ ମୃତ ସାପାଇଙ୍କ ଶବ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!