ପ୍ରେମ କରିବା ମହଙ୍ଗା ପଡିଲା : ହତ୍ୟା କରି ମାଟିରେ ପୋତିଦେଲେ, ୧୦ଦିନ ପରେ ଶବ ଜବତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଫାଟକିମାଲ ଅନ୍ତର୍ଗତ ତଳିପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, ତଳିପଡ଼ା ଗ୍ରାମର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଯୁବକ ଭଲ ପାଇ ଆସୁଥିଲେ । ଏହାକୁ ଝିଅଙ୍କ ପରିବାର ଲୋକେ ବିରୋଧ କରୁଥିଲେ । ଗତ ୨୬ ତାରିଖ ଦିନ ଉକ୍ତ ଯୁବକଙ୍କୁ ଝିଅ ଗ୍ରାମକୁ ଡାକିଥିଲା । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାଇ ଝିଅର ପରିବାର ଲୋକେ ଶୁକଦେବଙ୍କୁ କଥା ହେବା କହି ନିକଟସ୍ଥ ଜଙ୍ଗଲକୁ ନେଇ ହତ୍ୟା କରି ମାଟିରେ ପୋତି ଦେଇଥିଲେ । ସେହିଦିନଠାରୁ ଶୁକଦେବ ଘରକୁ ନଯିବାରୁ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ପୁଲିସ ଖୋଜା ଖୋଜି କରୁଥିବା ବେଳେ ସୋମବାର ବାଲିଗୁଡ଼ା ପୁଲିସକୁ ସୁରାକ ମିଳିଥିଲା । ଏହା ପରେ ଝିଅର ପରିବାରକୁ ପଚରା ଉଚରା ପରେ ହତ୍ୟା ହୋଇଥିବା ଜଣାପଡିଥିଲା । ଏହି ମାମଲାରେ ଦୁଃଶାସନ ମଲିକ, ଗିରିଶ ମଲିକ ଓ ନିଲବନ୍ତ ମଲିକଙ୍କୁ ଥାନା କେସ୍‌ ନମ୍ବର ୧୯୨/୨୨ରେ ଗିରଫ କରି କୋର୍ଟ ଚାଲାଣ କରିଛି । ମାଟି ତଳୁ ଉଦ୍ଧାର କରାଯାଇଥିବା ମୃତଦେହକୁ ଜବତ କରି ବ୍ରହ୍ମପୁର ଏମକେସିଜି ବଡ଼ ମେଡ଼ିକାଲ ଏଫ୍‌ଏମ୍‌ଟି ବିଭାଗକୁ ପଠାଯାଇଥିବା ବିଷୟ ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.