ମା’କୁ ବେକ କାଟି ହତ୍ୟା କଲା ପୁଅ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲା ପୁଅ । ସୂଚନାଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା ମା’ କୋଶଳା ସାହୁ (୬୦) ପୁଅ ବିଦ୍ୟାଧର ସାହୁ (୩୨) ସହ ରହୁଥିଲେ । ବିଦ୍ୟାଧର ବିବାହିତ ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ବାପ ଘରେ ରହୁଛନ୍ତି । ଆଜି ମଧ୍ୟାହ୍ନରେ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ସାମାନ୍ୟ ବଚସାରେ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମା’ଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିଲେ । ପରେ ମା’ଙ୍କୁ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲେ । ହତ୍ୟା ପରେ ବ୍ୟବହୃତ ବ୍ଲେଡକୁ ସେ ଫୋପାଡି ଦେଇଥିବା ବିଦ୍ୟାଧର କହିଛନ୍ତି । ବରପାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରି ଥାନାକୁ ଆଣିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି । ବିଦ୍ୟାଧର ମାନସିକ ବିକୃତିଗ୍ରସ୍ତ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ଖେଳାଇ ଦେଇଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ ।

Leave A Reply

Your email address will not be published.

error: Content is protected !!