centurian jitm

ଯୌତୁକ ନିର୍ଯ୍ୟାତନା ନେଲା ଜୀବନ, ବୋହୁଙ୍କୁ ଶ୍ୱଶୁର ଘରେ ପିଟିପିଟି ହତ୍ୟା

nschool

ପାଟଣାଗଡ଼, (ଅଶୋକ କୁମାର ବାଗ) : ଯୌତୁକ ପାଇଁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫନର୍ସଙ୍କୁ ଶ୍ୱଶୁର ଘରେ ପିଟିପିଟି ମାରିଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଏଁଳାଭଟା ଗ୍ରାମର ଠାକୁର ସାହୁଙ୍କ ଝିଅ କ୍ରିଷ୍ଣା ସାହୁ ୨୦୨୨ ମସିହାରେ ପାଟଣାଗଡ଼ ଥାନା ଅନ୍ତର୍ଗତ ନେହେନାବନ୍ଧ ଗାଁର ଆଲୋକ ସାହୁଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ତାଙ୍କର ଗୋଟିଏ ଦୁଇବର୍ଷର ଶିଶୁପୁତ୍ର ଅଛି । ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା । ହେଲେ ଶ୍ୱଶୁର ଘରଲୋକେ ପରବର୍ତ୍ତୀ ସମୟରେ ଅଧିକ ଯୌତୁକ ଦାବି କରି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ପାଇଁ ଶାଶୁଙ୍କ ନିର୍ଦ୍ଦେଶରେ ସ୍ୱାମୀ ମାଡ ମାରୁଛନ୍ତି ବୋଲି ନିଜ ମୋବାଇଲରେ ଗୋଟିଏ ଭିଡିଓ କରି ବାପାଙ୍କ ପାଖକୁ ଆଜି ସକାଳୁ ପଠାଇଥିଲେ କ୍ରିଷ୍ଣା । ସେ ଭାବିଥଲେ ବାପା ତାଙ୍କୁ ବଞ୍ଚେଇବେ କିନ୍ତୁ ବାପା ପହଞ୍ଚିଲା ବେଳକୁ ଝିଅର ମୃତଦେହ ଦେଖିବାକୁ ପାଇଥିଲେ ପାଟଣାଗଡ଼ ଡାକ୍ତରଖାନାରେ । କ୍ରିଷ୍ଣାଙ୍କୁ ପିଟି ପିଟି ମାରିଦେଇ ତାଙ୍କ ଶ୍ୱଶୁର ଘରଲୋକେ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ପାଟଣାଗଡ଼ ଡାକ୍ତରଖାନା ଆଣିଛନ୍ତି ବୋଲି ମୃତ୍ୟୁବରଣ କରିଥିବା କ୍ରିଷ୍ଣାଙ୍କ ବାପା ଅଭିଯୋଗ ଆଣିଛନ୍ତି । ଏନେଇ ପାଟଣାଗଡ଼ ଥାନା କେସ ନଂ ୧୧୭/୨୦୨୫ରେ ଏକ ମାମଲା ଋଜୁ କରାଯାଇ ଥିବା ବେଳେ କ୍ରିଷ୍ଣାଙ୍କ ସ୍ୱାମୀ ଆଲୋକ ସାହୁକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.